fbpx

ରାଜ୍ୟରେ ପ୍ରଦେଶ କମିଟିକୁ ଭାଙ୍ଗିଲା AICC: ପୁଣି ଗଢା ହେବ ନୂଆ କମିଟି ବଛା ହେବେ ନୂତନ ସଦସ୍ୟ

ଭୁବନେଶ୍ୱର: ରାଜ୍ୟ ପ୍ରଦେଶ କମିଟିକୁ ଭଙ୍ଗ କଲା AICC । କଂଗ୍ରେସ ସଭାପତିଙ୍କ ଅନୁମୋଦନ କ୍ରମେ ସବୁ କମିଟି ଭଙ୍ଗ କରାଯାଇଛି ।ରାଜ୍ୟରେ ନୂଆ କମିଟି ଗଠନ ହେବା ଯାଏ ବର୍ତ୍ତମାନର ଜିଲ୍ଲା ସଭାପତି କାମଚଳା ସଭାପତି ଦାୟିତ୍ୱ ବହନ କରିବେ । ପିସିସି ସଭାପତିଙ୍କ ସହ ଅନ୍ୟ ସମସ୍ତ ପଦାଧିକାରୀ ପଦବୀରୁ ହଟିଲେ । ଏଥିସହ ଜିଲ୍ଲା, ବ୍ଲକ୍ ଓ ମଣ୍ଡଳସ୍ତରୀୟ କମିଟି ମଧ୍ୟ ଭଙ୍ଗ କରାଯାଇଛି ।

ସୂଚନା ଅନୁସାରେ, ଓଡ଼ିଶାର ନୂଆ ପିସିସି ସଭାପତି କିଏ ହେବ ସେ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ପିସିସି ସଭାପତିଙ୍କ ସ୍ଥାନ ନେବାକୁ ରେସରେ ରହିଛନ୍ତି । ବରିଷ୍ଠ ନେତା ମହମ୍ମଦ ମୋକିମ, ଭକ୍ତ ଚରଣ ଦାସ ଏବଂ ଜୟଦେବ ଜେନାଙ୍କ ନାଁକୁ ବି ନେଇ ଚର୍ଚ୍ଚା ହେବାରେ ଲାଗିଛି । ଚଳିତ ନିର୍ବାଚନରେ କଂଗ୍ରେସ ୯ ରୁ ୧୪କୁ ବୃଦ୍ଧି ପାଇଥିବାରୁ କଂଗ୍ରେସରେ ଉକ୍ରଣ୍ଠା ଦେଖା ଦେଇଛି । ତେଣୁ ରାଜ୍ୟରେ ଆଗକୁ ସଂଗଠନକୁ ଅଧିକ ମଜଭୁତ କରିବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ ପ୍ରଦେଶ କମିଟି ।

Get real time updates directly on you device, subscribe now.