fbpx
BJD
BJD SKY
BJD SKY

ସ୍ଥାନ ଦେଖି ରଙ୍ଗ ବଦଳାଏ ବ୍ଲାକ ଫଙ୍ଗସ୍‌: ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ବ୍ଲାକ ଫଙ୍ଗସ୍ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଏହି ବ୍ଲାକ ଫଙ୍ଗସ୍ ଏବେ ବିଭିନ୍ନ ରଙ୍ଗରେ ଦେଖାଦେଉଛି । କେଉଁ ରୋଗୀଙ୍କୁ ଧଳା ଫଙ୍ଗସ୍ ହେଉଛି ତ ଆଉ କାହାକୁ ହଳଦିଆ ଫଙ୍ଗସ୍ । ଏହି ମାମଲାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି ଯେ, ଫଙ୍ଗସ ସଂକ୍ରମଣକୁ ତାର ନାଁ ଦ୍ୱାରା କହିବା ଠିକ୍ ନୁହେଁ । କାହିଁକିନା ଏହା ଦ୍ୱାରା ଭ୍ରମ ସୃଷ୍ଟି ହୋଇଥାଏ । ସଂକ୍ରମଣ ଯେଉଁ ସ୍ଥାନରେ ହେଉଛି, ସେହି ହିସାବରେ ରଙ୍ଗ ବଦଳିଥାଏ ବୋଲି ଏମ୍ସ ନିର୍ଦ୍ଦେଶକ କହିଛନ୍ତି ।

ଏହା ସହ ସେ କହିଛନ୍ତି ଯେ, ‘ବ୍ଲାକ ଫଙ୍ଗସ୍ ଏକ ଭିନ୍ନ ପରିବାର । ଏହାର ନାମ ମ୍ୟୁକର ମାଇକୋସିସ ସହିତ ହେବାର କାରଣ ହେଉଛି ଏଥିରେ ଧଳା ଫଙ୍ଗସ ସହ ବ୍ଲାକ ଫଙ୍ଗସର ବିନ୍ଦୁ ଦେଖାଯାଏ । ଯେଉଁମାନଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଦେଖାଯାଏ, ସେମାନଙ୍କୁ ଏହି ରୋଗ ହୋଇଥାଏ । ମଧୁମେହ ରୋଗୀ କିମ୍ବା ଷ୍ଟେରଏଡର ବ୍ୟବହାର କରୁଥିବା ରୋଗୀଙ୍କଠାରେ ଏହି ଫଙ୍ଗସ ୯୨ରୁ ୯୫ % ଦେଖାଯିବାର ସମ୍ଭାବନା ଥାଏ । ଅଧିକାଂଶ ରୋଗୀଙ୍କୁ କରୋନାର ପ୍ରାରମ୍ଭିକ ସ୍ତରରେ ମ୍ୟୁକର ମାଇକୋସିସ ହୋଇଥାଏ । ଏହା ଏକ ବଡ ଚ୍ୟାଲେଞ୍ଜ ହୋଇଥାଏ, କାରଣ ଏଥିରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ଅନେକ ଦିନ ଧରି ଚାଲିଥାଏ ।’

Get real time updates directly on you device, subscribe now.