fbpx

ରାଧେ’ର ପାଇରେସୀ କରୁଥିବା ଆକାଉଣ୍ଟକୁ ସସପେଣ୍ଡ କରିବାକୁ ହ୍ୱାଟ୍ସଆପକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସଲମାନ ଖାନଙ୍କ ଫିଲ୍ମ “Radhe: Your Most Wanted Bhai” ମେ ୧୩ ରେ Zee5 ଏବଂ Zeeplexରେ Pay per view ମଡେଲରେ ମୁକ୍ତିଲାଭ କରିଥିଲା, କିନ୍ତୁ ରିଲିଜ ହେବା ପରେ ଏହି ଚଳଚ୍ଚିତ୍ର ପାଇରେସୀର ସମ୍ମୁଖୀନ ହୋଇଥିଲା, ସଲମାନ ନିଜେ ସୋସିଆଲ ମିଡିଆରେ ଏନେଇ କହିଥିଲେ । ଏଥି ସହିତ ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ୍ ମଧ୍ୟ ଏହି ମାମଲାରେ ପୋଲିସରେ ଅଭିଯୋଗ ଦାଖଲ କରିଥିଲା। ବର୍ତ୍ତମାନ ଦିଲ୍ଲୀ ହାଇକୋର୍ଟ  ହ୍ୱାଟ୍ସଆପ୍ ଏବଂ ସୋସିଆଲ ମିଡିଆ ସାଇଟଗୁଡିକୁ ପାଇରେସୀ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ହାଇକୋର୍ଟର ଜଜ୍ ଜଷ୍ଟିସ୍ ସଞ୍ଜୀବ ନରୁଲାଙ୍କ ଏକକ ବେଞ୍ଚ ହ୍ୱାଟ୍ସଆପ୍ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ସାଇଟକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁ ଆକାଉଣ୍ଟରେ ଫିଲ୍ମର ଲିଙ୍କ୍ ବେଆଇନ ଭାବେ ସେୟାର କିମ୍ବା ବିକ୍ରି ହେଉଛି, ସେହି ଆକାଉଣ୍ଟଗୁଡ଼ିକୁ ସସପେଣ୍ଡ କରଯାଉ। କୌଣସି ପ୍ରକାରର ପାଇରେସୀ ବିରୋଧରେ ହାଇକୋର୍ଟ ଏକ ଆଦେଶ ଜାରି କରି ହ୍ୱାଟ୍ସଆପ୍ କିମ୍ବା ଅନ୍ୟାନ୍ୟ ୱେବସାଇଟ୍ ମାଧ୍ୟମରେ ଫିଲ୍ମର ବେଆଇନ ସଂରକ୍ଷଣ, ପୁନଃପ୍ରକାଶନ, ବିତରଣ, ପ୍ରସାରଣ, କିମ୍ବା କପି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ୍ “Radhe: Your Most Wanted Bhai”  ଫିଲ୍ମ ସୋସିଆଲ ମିଡିଆରେ ବେଆଇନ ଭାବେ ପ୍ରସାରିତ ହେବା ପରେ ଦିଲ୍ଲୀ ହାଇକୋର୍ଟରେ ଆଶ୍ରୟ ନେଇଥିଲା। ଏହି ମାମଲାରେ ମହାରାଷ୍ଟ୍ର ପୋଲିସର ସାଇବର ସେଲରେ ଏକ ଲିଖିତ ଅଭିଯୋଗ ହୋଇସାରିଛି। ହ୍ୱାଟ୍ସଆପ୍ ସମ୍ବନ୍ଧରେ କୋର୍ଟରେ ବିବୃତି ରଖାଯାଇଛି  ଯେ ହ୍ୱାଟ୍ସଆପର  ସେବା ସର୍ତ୍ତାବଳୀ ଅନୁଯାୟୀ, ଆଇପିଆର ଉଲ୍ଲଂଘନ କରୁଥିବା ବିଷୟବସ୍ତୁ ପ୍ଲାଟଫର୍ମରେ ସେୟାର କରାଯାଇପାରିବନାହିଁ । ଏପରି କରୁଥିବା ଆକାଉଣ୍ଟଗୁଡିକ ସ୍ଥଗିତ ଏବଂ ବନ୍ଦ କରାଯିବା ଉଚିତ୍  ।

କୋର୍ଟ ଇଣ୍ଟରନେଟ୍ ସେବା ପ୍ରଦାନକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କି ଯେଉଁମାନଙ୍କ ନାମ ଅଭିଯୋଗରେ ଅନ୍ତର୍ଭୁକ୍ତ ହୋଇଛି ସେମାନଙ୍କ ତଥ୍ୟ ଜଣାଇବାକୁ, ଯାହାଫଳରେ ସେମାନଙ୍କୁ ସମନ ପଠାଯାଇପାରିବ।

Get real time updates directly on you device, subscribe now.