fbpx

କରୋନା ରୋଗୀଙ୍କ ଠାରେ ଏହି ଲକ୍ଷଣ ଦେଖା ଦେଲେ ମେଡିକାଲ ନଯାଇ ଘରେ ରୁହନ୍ତୁ: ଏମ୍ସ ବିଶେଷଜ୍ଞ

Advertisement

ଭାରତରେ କରୋନା ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ବିଭିନ୍ନ ହସ୍ପିଟାଲରେ ଆଇସିୟୁ ବେଡ, ଅକ୍ସିଜେନ, ଔଷଧ ଆଦିର ଅଭାବରୁ ଅନେକ ରୋଗୀ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । ତେବେ କରୋନାର କିଛି ଲକ୍ଷଣ ଦେଖାଦେଉଥିଲେ, ମେଡିକାଲ ନ ଯାଇ ଘରେ ଆଇସୋଲେସନରେ ରହି ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ । ତେଣୁ ଏହି ରୋଗର କିଛି ଖାସ୍ ଲକ୍ଷଣ ବିଷୟରେ ଜାଣିବା ନିହାତି ଆବଶ୍ୟକ ବୋଲି ଏମ୍ସ ବିଶେଷଜ୍ଞ କହିଛନ୍ତି ।

ଉତ୍ତର ଦିଲ୍ଲୀର ଏମ୍ସ ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ ଏନେଇ କିଛି ବିଶେଷ ତଥ୍ୟ ଟ୍ୱିଟ ମାଧ୍ୟମରେ ପ୍ରଦାନ କରିଛନ୍ତି । ସାମାନ୍ୟ କିଛି ଲକ୍ଷଣ ନେଇ ବ୍ୟତିବ୍ୟସ୍ତ ହୋଇ ମେଡିକାଲ ଧାଇଁବା ଅପେକ୍ଷା ନିଜେ ଘରେ ରହି ଚିକିତ୍ସା କରନ୍ତୁ । ଗୁଲେରିଆଙ୍କ ମତରେ ଲୋକଙ୍କୁ କରୋନାର ଲକ୍ଷଣ ବିଷୟରେ ଜାଣିବା ନିହାତି ଦରକାର । ପ୍ରତ୍ୟେକ ରାଜ୍ୟରେ ହେଲ୍ପଲାଇନ ସୁବିଧା ରହିଛି, ତେଣୁ ରୋଗୀମାନେ ସକାଳୁ ସନ୍ଧ୍ୟା ମଧ୍ୟରେ ଫୋନ ମାଧ୍ୟମରେ ଏନେଇ ଆଲୋଚନା କରିପାରିବେ । ଯଦି ରୋଗୀଠାରେ ପ୍ରବଳ ଜ୍ୱର, ଛାତିରେ ଯନ୍ତ୍ରଣା, ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦିଏ, ତେବେ ତୁରନ୍ତ ଡାକ୍ତରଙ୍କ ସହ ସଂପର୍କ କରି ମେଡିକାଲ ଯିବା ଦରକାର । ଏଭଳି ସ୍ଥିତିରେ ରୋଗୀଙ୍କୁ ଘରେ ରଖିବା ସମସ୍ୟା ସୃଷ୍ଟି କରିପାରେ । ଠିକ ସମୟରେ ଔଷଧ ସେବନ ନ କରିବା ରୋଗୀଙ୍କ ଜୀବନ ପ୍ରତି ବିପଦ ରହିଥାଏ ବୋଲି ଗୁଲେରିଆ କହିଛନ୍ତି ।

Get real time updates directly on you device, subscribe now.