fbpx

ରାମାୟଣକୁ କଦର୍ଥ କଲେ Aiims ଛାତ୍ରଛାତ୍ରୀ; ସୋସିଆଲ ମିଡିଆରେ ହଙ୍ଗାମା ପରେ କ୍ଷମା ମାଗିଲେ

ନୂଆଦିଲ୍ଲୀ: ପୁଣି ଥରେ ହିନ୍ଦୁ ଧର୍ମଗ୍ରନ୍ଥ ରାମାୟଣକୁ ନେଇ ସୋସିଆଲ ମିଡିଆରେ ହଙ୍ଗାମା । ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ(ଏମ୍ସ)ର କିଛି ଛାତ୍ରଛାତ୍ରୀ ଏକ ନାଟକ ପରିବେଶଣ କରିବା ସମୟରେ ରାମାୟଣକୁ କଦର୍ଥ କରି ପ୍ରକାଶ କରିଥିଲେ । ଏହାପରେ ସୋସିଆଲ ମିଡିଆରେ ଏହାକୁ ନେଇ ବିରୋଧାଭାସ ଦେଖା ଦେବା ପରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି । କଲେଜ ନାଟକରେ ରାମାୟଣର କିଛି ଚରିତ୍ରକୁ ଭିନ୍ନ ଢଙ୍ଗରେ ଦେଖାଇବାକୁ ପ୍ରୟାସ କରିବାକୁ ସୋସିଆଲ ମିଡିଆରେ ନିନ୍ଦା କରାଯାଇଥିଲା । ଏହି ନାଟକଟିକୁ କେବଳ ହାସ୍ୟରୋଳ ପାଇଁ କରାଯାଇଥିଲା କୌଣସି ଧର୍ମୀୟ ଭାବନାକୁ କ୍ଷତି ପହଞ୍ଚାଇବା ଆମର ଲକ୍ଷ୍ୟ ନଥିଲା ବୋଲି ଛାତ୍ରଛାତ୍ରୀ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ରାମ-ଲକ୍ଷ୍ମଣ ଓ ସୂର୍ପଣଖାକୁ ନେଇ ଏହି ନାଟକଟି ହୋଇଥିଲା । ସୂର୍ପଣଖାର ନାକକଟାକୁ ଆଧୁନିକ ଢଙ୍ଗରେ ଦେଖାଇବାର ପ୍ରୟାସ କରିଥିଲେ ଛାତ୍ରଛାତ୍ର୍ରୀ । ଏମ୍ସ ଛାତ୍ରଛାତ୍ରୀ ଏହି ନାଟକଟିକୁ କରିଥିବା ବେଳେ ଅନଏକାଡେମୀ ଏହାର ପ୍ରୟୋଜକ ରହିଥିଲା । ଛାତ୍ରଛାତ୍ରୀଙ୍କୁ ଗିରଫ କରିବା ପାଇଁ ସୋସିଆଲ ମିଡିଆରେ ମଧ୍ୟ ଦାବି ହୋଇଥିଲା । ଆରେଷ୍ଟଏମ୍ସ କଲପ୍ରିକ୍ଟସ ଓ ଆଣ୍ଟି ହିନ୍ଦୁ ଅନଏକାଡେମୀ ଟ୍ୱିଟ୍ଟରରେ ଟ୍ରେଣ୍ଡ ମଧ୍ୟ କରିଥିଲା । ଶୋଏବ ଅଫତାବ ନାମକ ଛାତ୍ର ଏହି ନାଟକଟିକୁ ମଞ୍ଚସ୍ଥ କରାଇଥିଲେ । ବିବାଦ ପରେ ଶୋଏବ ନିଜ ୟୂଟ୍ୟୁବ ଚ୍ୟାନେଲରୁ ଭିଡିଓଟିକୁ ମଧ୍ୟ ହଟାଇ ଦେଇଥିଲେ ।

Get real time updates directly on you device, subscribe now.