fbpx

ମହଙ୍ଗା ପଡିଲା ଜାତିଆଣ ମନ୍ତବ୍ୟ; ଗିରଫ ହେଲେ କ୍ରିକେଟର ଯୁବରାଜ ସିଂ

ନୂଆଦିଲ୍ଲୀ: ଗିରଫ ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ । ଅନୁସୂଚିତ ଜାତି ବିରୋଧରେ ଜାତିଆଣ ମନ୍ତବ୍ୟ ପାଇଁ ଯୁବରାଜଙ୍କୁ ହିସାର ପୋଲିସ ଗିରଫ କରିଛି । ହିସାରର ହାଂସି ସହରରେ ଯୁବରାଜଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା । ରୋହିତ ଶର୍ମାଙ୍କ ସହିତ ଲାଇଭ ଭିଡିଓ ସମୟରେ ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଭଙ୍ଗି ବୋଲି ସମ୍ବୋଧନ କରିଥିଲେ ଯୁବରାଜ । ଏହାକୁ ନେଇ ଜଣେ ସାମାଜିକ କର୍ମୀ ରଜତ କାଲସନ ଏକ ମାମଲା ରୁଜୁ କରିଥିଲେ ।
ଅନୁସୂଚିତ ଜାତି ଆଇପିସି ଆକ୍ଟ ଆଧାରରେ ମାମଲା ରୁଜୁ କରାଯିବା ପରେ ତଦନ୍ତ ପାଇଁ ହିସାର ପହଞ୍ଚିଥିଲେ ଯୁବରାଜ । ଏହାପରେ ହିସାର ପୋଲିସ ପକ୍ଷରୁ ଯୁବରାଜଙ୍କୁ ଗିରଫ କରାଯାଇ ପଚରା ଉଚୁରା କରାଯାଇଥିଲା । ତେବେ ହାଇକୋର୍ଟରୁ ଆଗୁଆ ଜାମିନ ଆଣିଥିବାରୁ ଯୁବରାଜଙ୍କୁ କିଛି ସମୟ ପରେ ଛାଡି ଦିଆଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ଥରର କରୋନା ଲକଡାଉନ ସମୟରେ ରୋହିତ ଶର୍ମାଙ୍କ ସହିତ ଇନଷ୍ଟାଗ୍ରାମ ଲାଇଭ ସମୟରେ ଚହଲଙ୍କୁ ନେଇ ଜାତିଆଣ ମନ୍ତବ୍ୟ ଦେଇଥିଲେ ଯୁବି । ଏହାପରେ କ୍ଷମା ମାଗିଥିଲେ ମଧ୍ୟ ମାମଲା ରୁଜୁ ହେବା ପରେ ଯୁବରାଜଙ୍କୁ ଗିରଫ ହେବାକୁ ପଡିଥିଲା ।

Get real time updates directly on you device, subscribe now.