fbpx

ଦ୍ୱାଦଶ ପିଲାଙ୍କ ପାଇଁ ବାୟୁସେନାରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: ଭାରତୀୟ ନାଭିରେ ଅଗ୍ନିବୀର ହେବା ପାଇଁ ସୁବର୍ଣ୍ଣ ସୁଯୋଗ ଆସି ପହଁଚିଛି । ଭାରତୀୟ ବାୟୁ ସେନା ରେ ଅଗ୍ନିବୀର ଭର୍ତ୍ତି ୨୦୨୩ର ନୋଟିଫିକେସନ ଜାରି କରାଯାଇଛି । ଅଗ୍ନିବୀର ପରୀକ୍ଷା ୨୦ ମେ ୨୦୨୩ରେ ଅୟୋଜିତ କରାଯିବ । ଏହି ଭର୍ତ୍ତୀ ପ୍ରକ୍ରିୟା ଅବିବାହିତ ପୁରୁଷ ଏବଂ ମହିଳା ଉଭୟଙ୍କ ପାଇଁ ରହିଛି । ଏହାପରେ ଶାରିରୀକ ସ୍ୱାସ୍ଥ୍ୟ ପରୀକ୍ଷା ବା ମେଡିକାଲ ଟେଷ୍ଟ କରାଯିବ ।

ତେବେ ଅଗ୍ନିବୀରବାୟୁ ଅଫିସିଆଲ ୱେବସାଇଟ anipathvayu.cdac.in କୁ ଯାଇ ଅନଲାଇନ ଅବେଦନ କରିପାରିବେ । ଅନଲାଇନ ଅବେଦନ ୧୭ ମାର୍ଚ୍ଚରୁ ଆରମ୍ଭ ହେଉଛି । ଆବେଦନର ଶେଷ ତାରିଖ ହେଉଛି ୩୧ ମାର୍ଚ୍ଚ ୨୦୨୩ । ଆବେଦନ ପ୍ରକ୍ରିୟା ଖୁବ କମ ସମୟ ରହିଥିବାରୁ ଅଶାବାଦୀ ପ୍ରାର୍ଥୀମାନେ ସତର୍କ ରହି ଆବେଦନ କରନ୍ତୁ ।

ଯୋଗ୍ୟତା ଓ ବୟସ ସୀମା
ଆବେଦନକାରୀ ବିଜ୍ଞାନ ବିଷୟରେ ମାନ୍ୟତା ପ୍ରାପ୍ତ ବୋର୍ଡରେ ଗଣିତ, ଫିଜିକ୍ସ ଏବଂ ଇଂରାଜୀ ବିଷୟ ସହିତ ଅତିକମରେ ୫୦ ପ୍ରତିଶତ ସହିତ ପାସ୍ କରିଥିବା ଆବଶ୍ୟକ । ଇଂରାଜୀରେ ୫୦ ପ୍ରତିଶତ ମର୍କ ରହିଥିବା ଆବଶ୍ୟକ । ଏହାସହ ୩ ବର୍ଷର ଇଞ୍ଜିନିୟରିଂ ଡିପ୍ଲୋମାରେ ୫୦ ପ୍ରତିଶତ ଡିଗ୍ରୀ ହାସଲ କରିଥିବେ । ନଚେତ ଫିଜିକ୍ସ, ମ୍ୟାଥ ପରି ଦୁଇଟି ନନ୍ ଭୋକେସନଲ ସବଜେକ୍ଟ ସହିତ ୨ ବର୍ଷୀୟ ଭୋକେସନଲ କୋର୍ସରେ ୫୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ । ଏଥିପାଇଁ ଅବେଦନକାରୀଙ୍କ ଜନ୍ମ ତାରିଖ ୨୦୦୬ ମସିହାର ଜୁନମାସ ୨୬ ତାରିଖରୁ ଡିସେମ୍ବର ୨୬ ତାରିଖ ହୋଇଥିବା ଆବଶ୍ୟକ । ଅର୍ଥାତ ଆବେଦେନକାରୀଙ୍କ ବୟସ ସୀମା ୨୧ ବର୍ଷ ହୋଇଥିବ ।

ଅଗ୍ନିପଥ ଯୋଜନା ଅନୁସାରେ ଭାରତୀୟ ସ୍ଥଳ ସେନା, ବାୟୁସେନା ଏବଂ ନୌସେନା ଅଗ୍ନିବୀରଙ୍କ ଭର୍ତ୍ତୀ ୪ବର୍ଷ ପାଇଁ ହେବ । ଚାରିବର୍ଷ ଟ୍ରେନିଂ ପରେ କେବଳ ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବ । ଟ୍ରେନିଂ ଦ୍ୱାରା ଅଗ୍ନିବୀର ଇଣ୍ଡିଆନ ଏୟାର ଫୋର୍ସ ଏବଂ ଇଣ୍ଡିଆନ ଏୟାରଫୋର୍ସ ସିଏସଡି କ୍ୟଣ୍ଟିନର ମଧ୍ୟ ଲାଭ ଉଠାଇ ପାରିବେ । ୪୮ଲକ୍ଷ ଟଙ୍କା ମେଡିକାଲ ଇନସୁରାନ୍ସ ହେବ । ବର୍ଷକୁ ୩୦ ଦିନ ଛୁଟି ରହିବ । ଏହା ବ୍ୟତୀତ ଶରୀର ଅସୁସ୍ଥତା ପାଇଁ ମଧ୍ୟ ଛୁଟି ନେଇପାରିବେ ।

Get real time updates directly on you device, subscribe now.