fbpx
BJD
BJD SKY
BJD SKY

(Video) ନିଜେ କାନ୍ଦି ସମସ୍ତଙ୍କୁ କନ୍ଦାଇଲେ ଏୟାରହୋଷ୍ଟେସ, ଜାଣନ୍ତୁ କାହିଁକି…

ଚଳନ୍ତା ଫ୍ଲାଇଟ ଭିତରେ କାନ୍ଦିଲେ ଏୟାର ହଷ୍ଟେସ । ଆପଣ ଭାବୁଥିବେ କାହିଁକି ? ଫ୍ଲାଇଟରେ ଗଲା ବେଳେ ତ ସମସ୍ତେ ଖୁସି ଥାଆନ୍ତି । ସମସ୍ତେ ଉଡ଼ାଣର ମଜା ବି ନିଅନ୍ତି । ହେଲେ ଏହି ଏୟାରହଷ୍ଟସ ଜଣକ କାନ୍ଦୁଛନ୍ତି କାହିଁକି? କିଛି କହୁଛନ୍ତି ମଧ୍ୟ ।

ହଁ ଆଜ୍ଞା ସୁରଭି ନାୟର ନାମକ ଏହି ଏୟାରହଷ୍ଟସଙ୍କର ଶେଷ କାର୍ଯ୍ୟ ଦିନ । ସେଥିପାଇଁ ସେ ଲୋକଙ୍କୁ ବିଦାୟକାଳୀନ ଭାଷଣ ଦେଉଛନ୍ତି । ଆଉ ଏହି ଭାଷଣ ସମୟରେ ଇମୋସନାଲ ହୋଇପଡ଼ୁଛନ୍ତି ଏୟାର ହଷ୍ଟ୍ରେସ ଜଣକ । କାନ୍ଦି ପକାଉଛନ୍ତି ସେ । ସେ କହୁଛନ୍ତି ମୁଁ କେବେ ବି ଭାବିନଥିଲି କି ଏମିତି ଦିନ ଆସିବ । ଏହା ହେଉଛି ମୋ ପାଇଁ ଭାରି କଷ୍ଟଦାୟକ । ମୁଁ ଜାଣିନି କଣ କହିବି । କମ୍ପାନୀ ଓ ସହକର୍ମୀଙ୍କ ପ୍ରଂଶସା କରି ସେ କହିଥିଲେ ଏହି କମ୍ପାନୀ ମୋତେ ସବୁକିଛି ଦେଇଛି । ବହୁତ ଭଲ ହେଉଛି ଏହି ସଂଗଠନ । ଏହା ଆମର ବହୁତ ଯତ୍ନ ନେଇଛି । ବିଶେଷ କରି ଝିଅମାନଙ୍କର । ମୁଁ ଯିବାକୁ ଚାହୁଁନି । ହେଲେ ମୋତେ ଯିବାକୁ ହେବ ବୋଲି କହୁଛନ୍ତି ।

ଏଥି ସହିତ ଯାତ୍ରୀଙ୍କୁ ଧନ୍ୟବାଦ ଦେଇ କହୁଛନ୍ତି ଆପଣ ସମସ୍ତଙ୍କୁ ଧନ୍ୟବାଦ । ଆମ ସହ ଉଡାଣ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଧନ୍ୟବାଦ । ଆପଣମାନଙ୍କ ପାଇଁ ଆମକୁ ଦରମା ଠିକ ସମୟରେ କିମ୍ବା ସମୟ ପୂର୍ବରୁ ମିଳିଯାଏ । ବାସ୍, ଏମିତି କହି ସେ କାନ୍ଦୁଛନ୍ତି ଆଉ କହୁଛନ୍ତି । ବାସ୍ତବରେ ଅଲବିଦା କହିବା ଗୋଟିଏ ଯାତ୍ରାର ସବୁଠୁ କଠିନ ସମୟ । ଖାସ କରି ଆପଣଙ୍କ ସଂଗଠନ କିମ୍ବା କାର୍ଯ୍ୟାଳୟ । ଯିଏ ଆପଣଙ୍କ ଦ୍ୱିତୀୟ ଘର ହୋଇଥାଏ । ଆଉ ଏବେ ଇଣ୍ଡିଗୋ ଫ୍ଲାଇଟ ଆଟେଣ୍ଡାଣ୍ଟଙ୍କର ଏହି ଭିଡିଓ ଇଂଟରନେଟରେ ଭାଇରାଲ ହେଉଛି । ସେ ସମସ୍ତ ଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ସମ୍ବୋଧିତ କରୁଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.