ନୂଆଦିଲ୍ଲୀ,୨୧ା୭: ଏବେ ପ୍ରତିଦିନ କୌଣସି ନା କୌଣସି କାରଣରୁ ଗୋଟିଏ-ଦୁଇଟି କିମ୍ବା ତତୁର୍ଦ୍ଧ ବିମାନ ଉଡ଼ାଣ ବାତିଲ ହେଉଛି । ଅହମ୍ମଦାବାଦ ଘଟଣା ପରଠାରୁ ପ୍ରାୟତଃ ବିମାନ ଯାଞ୍ଚ କଡ଼ାକଡ଼ି ହୋଇଛି । ପରେ ତ୍ରୁଟି ବାହାରିବାରୁ ବିମାନ ଉଡ଼ାଣ ବାତିଲ କରାଯାଉଛି ।
ସୋମବାର ଦିଲ୍ଲୀରୁ କୋଲକାତା ଯାଉଥିବା ଏୟାର ଇଣ୍ଡିଆ ବିମାନ AI-୨୪୦୩ ଉଡ଼ାଣ ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଟକି ଯାଇଥିଲା। ବିମାନରେ ୧୬୦ଜଣ ଯାତ୍ରୀ ଥିଲେ। ସୁରକ୍ଷା ମାନଦଣ୍ଡ ଅନୁଯାୟୀ ପାଇଲଟମାନେ ଉଡ଼ାଣ ବାତିଲ କରିଥିଲେ। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଓହ୍ଲାଇ ଦିଆଯାଇଥିଲା। ଏୟାରଇଣ୍ଡିଆ ବିମାନ AI-୨୪୦୩ ଦିଲ୍ଲୀରୁ କୋଲକାତା ଅଭିମୁଖେ ଉଡ଼ାଣ କରିବାକୁ ଯାଉଥିଲା।
ଯେତେବେଳେ ବିମାନଟି ରନୱେରେ ଥିଲା, ପାଇଲଟମାନେ ଯାନ୍ତ୍ରିକ ତ୍ରୁଟି ସନ୍ଦେହ କରି ତୁରନ୍ତ ଉଡ଼ାଣକୁ ବନ୍ଦ କରି ଟ୍ୟାକ୍ସିଂ ବେକୁ ଫେରାଇ ଆଣିଥିଲେ। ବିମାନରେ ଥିବା ୧୬୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବିମାନରୁ ଓହ୍ଲାଇ ଦିଆଯାଇଥିଲା। ଗ୍ରାଉଣ୍ଡ ଷ୍ଟାଫ୍ ଯାତ୍ରୀମାନଙ୍କୁ ସମସ୍ତ ପ୍ରକାରେ ସାହାଯ୍ୟ କରିଥିଲେ ଏବଂ ସେମାନଙ୍କୁ ଅସୁବିଧାରୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ।