ଚାକିରି ଛାଡ଼ିବେ ବୋଲି ବୁଢ଼ା ବାପାଙ୍କୁ କଥା ଦେଇଥିଲେ ପାଇଲଟ୍, ହେଲେ….

ଦୁଃଖରେ ଭାଙ୍ଗିପଡ଼ିଛନ୍ତି ଅଭିନେତା ବିକ୍ରାନ୍ତ ମେସି । ବିମାନ ଦୁର୍ଘଟଣାରେ ଭାଇକୁ ହରାଇଲେ ଅଭିନେତା ।

ଅହମଦାବାଦ୍: ଅହମଦାବାଦ୍ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୨ ଜଣ ପାଇଲଟ୍ । ଯାହାଙ୍କୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେବା ଆରମ୍ଭ ହୋଇଛି ।

ମୃତ ପାଇଲଟଙ୍କ ଭିତରୁ ଜଣେ ହେଲେ ସୁମିତ ସଭାରୱାଲ । ସୁମିତ କିଛିଦିନ ପରେ ଚାକିରି ଛାଡ଼ିବାର ଯୋଜାନରେ ଥିଲେ । ଯେଉଁ ବାବଦରେ ସେ ତାଙ୍କ ବୃଦ୍ଧ ବାପାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

ବୁଢ଼ା ବାପା ଏକୁଟିଆ ଘରେ ରହୁଥିବାବେଳେ ଚାକିରି ଛାଡ଼ି ତାଙ୍କ ସହ ରହିବା ପାଇଁ କଥା ଦେଇ ଡ୍ୟୁଟିକୁ ଯାଇଥିଲେ ସୁମିତ । କିନ୍ତୁ ସୁମିତ ବାପାଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିପାରି ନାହାନ୍ତି । କାରଣ ଭୟାବହ ବିମାନ ଦୁର୍ଘଟଣାରେ ସୁମିତ ସବୁଦିନ ପାଇଁ ବୃଦ୍ଧ ବାପାଙ୍କୁ ଛାଡ଼ି ଚାଲିଯାଇଛନ୍ତି ।

ସୁମିତ ମୁମ୍ବାଇରେ ରହୁନ୍ତି । ତାଙ୍କ ବୟସ ୫୦ ବର୍ଷ । ବାପା ଓ ଭଉଣୀଙ୍କ ସହ ରହୁଥିଲେ ସେ । ନିଜ ଚାକିରି କାଳ ମଧ୍ୟରେ ୮୦୦୦ ଫ୍ଲାଇଂ ଆୱାର ସେ ବିମାନ ଉଡାଇଛନ୍ତି ।

ବିମାନ ଦୁର୍ଘଟଣାର କିଛି ସମୟ ପରେ ଅଭିନେତା ବିକ୍ରାନ୍ତ ସୋସିଆଲ ମିଡିଆରେ ଏକ ଭାବବିହ୍ୱଳ ପୋଷ୍ଟ ଶେୟାର କରିଥିଲେ । ସୁମିତଙ୍କ ସହ ଥିବା ଫାଷ୍ଟ ପାଇଲଟ୍ କ୍ଲିଭ କୁଣ୍ଡର ହେଉଛନ୍ତି; ବିକ୍ରାନ୍ତଙ୍କ ଭାଇ ।

କ୍ଲିଭଙ୍କର ବିମାନ ଉଡ଼ାଣକୁ ନେଇ ଅହେତୁକ ରୁଚି ଥିଲା । କାମକୁ ନେଇ ସେ ସବୁବେଳେ ସିରିୟସ ଥାନ୍ତି । ବିମାନ ଦୁର୍ଘଟଣାରେ କ୍ଲିଭଙ୍କ ବିୟୋଗ ପରେ ପରିବାର ଭାଙ୍ଗିପଡ଼ିଥିବା ବିକ୍ରାନ୍ତ ପୋଷ୍ଟ ଶେୟାର କରି କହିଛନ୍ତି ।