fbpx
BJD SKY
BJD SKY

ଏୟାର ଇଣ୍ଡିଆ ଉପରେ ଲାଗିଲା ଲକ୍ଷ ଲକ୍ଷ ଟଙ୍କାର ଜରିମାନା, ଏହି କାରଣରୁ ଡିଜିସିଏ ନେଲେ ଆକ୍ସନ

BJD

ନୂଆଦିଲ୍ଲୀ: ଟାଟା ଗ୍ରୁପର ଏୟାର ଇଣ୍ଡିଆକୁ ବଡ଼ ଝଟକା ଲାଗିଛି । ଏହା ଉପରେ ବିମାନ ସେକ୍ଟରର ନିୟାମକ ଡିଜିସିଏ ଫ୍ଲାଇଟ ଡ୍ୟୁଟୀ ଟାଇମିଙ୍ଗ ଏବଂ କ୍ରୁ ମେମ୍ବରଙ୍କ ଥକ୍କାପଣ ରୋକିବା ଲାଗି ପ୍ରସ୍ତୁତ ନିୟମକୁ ଉଲ୍ଲଘଂନ କରିଥିବାରୁ ୮୦ ଲକ୍ଷ ଟଙ୍କାର ଜରିମାନା କରାଯାଇଛି ।

ଡିଜିସିଏ ନିଜେ ଦେଇଥିବା ନିର୍ଦ୍ଦେଶରେ କହିଛି ଯେ, ଏୟାର ଇଣ୍ଡିଆ ଲିମିଟେଡର ସ୍ପଟ ଅଡିଟ ଜାନୁଆରୀ ୨୦୨୪ ରେ କରାଯାଇଥିଲା । ଏଥିରେ ମିଳିଥିବା ଏୟାରଲାଇନ ଫ୍ଲାଇଟ ଡ୍ୟୁଟି ଟାଇମିଙ୍ଗ ଏବଂ କ୍ରୁ ସହ ଜଡ଼ିତ ନିୟମର ଉଲ୍ଲଘଂନ କରୁଛି । ଲମ୍ୱା ବିମାନ ଉଡ଼ାଣ ପୂର୍ବରୁ ବା ପରେ ଏବଂ ବିମାନ ଚଳାଚଳ ସମୟରେ ବିମାନ କର୍ମଚାରୀମାନଙ୍କୁ ପର୍ଯ୍ୟାପ୍ତ ବିଶ୍ରାମ ଦିଆଯାଉ ନାହିଁ। ଅଡିଟ୍ ରେ ଏହିପରି ଅନେକ ମାମଲା ଦେଖିବାକୁ ମିଳିଥିଲା, ଯେଉଁଠାରେ ପାଇଲଟମାନେ ସେମାନଙ୍କର ଡ୍ୟୁଟି ସମୟଠାରୁ ଅଧିକ କାମ କରିଥିଲେ। ଏହାପୂର୍ବରୁ ଫେବୃଆରୀ ମାସରେ ୮୦ ବର୍ଷ ବୟସ୍କା ଯାତ୍ରୀଙ୍କ ମୃତ୍ୟୁ ପରେ ଡିଜି ଇଣ୍ଡିଆ ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କା ଜୋରିମାନା ଦେଇଥିଲା। ଏହା ବ୍ୟତୀତ ଜାନୁଆରୀରେ ସୁରକ୍ଷା ନିୟମ ଉଲ୍ଲଂଘନ କରି ଏୟାର ଇଣ୍ଡିଆ ଉପରେ ୧.୧୦ କୋଟି ଟଙ୍କା ଜୋରିମାନା ଲାଗୁ କରାଯାଇଛି।

ଡିଜିସିଏ ଅନୁଯାୟୀ, ମାର୍ଚ୍ଚ ୧, ୨୦୨୪ ରେ ଏୟାର ଇଣ୍ଡିଆକୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଉପଯୁକ୍ତ ପ୍ରତିକ୍ରିୟା ନ ପାଇବା ପରେ ଏହି ଜରିମାନା ଲାଗୁ କରାଯାଇଛି। ଜାନୁଆରୀରେ, DGCA ବିମାନ କର୍ମଚାରୀଙ୍କ ପାଇଁ ଫ୍ଲାଇଟ୍ ଡ୍ୟୁଟି ସମୟ ସହିତ ଜଡିତ ନିୟମ ପରିବର୍ତ୍ତନ କରିଥିଲା। ଏଥିରେ ସାପ୍ତାହିକ ବିଶ୍ରାମ ୪୮ ଘଣ୍ଟାକୁ ହ୍ରାସ କରାଯାଇଥିଲା, ରାତି ଘଣ୍ଟା ବୃଦ୍ଧି କରାଯାଇଥିଲା ଏବଂ ରାତି ଅବତରଣ ୬ ରୁ ୨ କୁ ହ୍ରାସ କରାଯାଇଥିଲା। ନିୟମ ପରିବର୍ତ୍ତନ କରିବା ପୂର୍ବରୁ ବିମାନ ଅପରେଟର ଏବଂ ପାଇଲଟ୍ ଆସୋସିଏସନ୍ ସମେତ ବିଭିନ୍ନ ହିତାଧିକାରୀଙ୍କ ସହ ଆଲୋଚନା ହୋଇଥିଲା।

 

Get real time updates directly on you device, subscribe now.