fbpx

IPL ୨୦୨୪: ବିଜୟରୁ ଅଭିଯାନ ଆରମ୍ଭ କଲା CSK, ଆଜି ହେବ ଡବଲ ଧମାକା

ନୂଆଦିଲ୍ଲୀ: ଗତକାଲି ଆଇପିଏଲ୍ ୨୦୨୪ର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ରୁତୁରାଜ ଗାଇକୱାଡଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ବିଜୟରୁ ଆଇପିଏଲ୍ ଅଭିଯାନ ଆରମ୍ଭ କରିଛି। ମୁସ୍ତାଫିଜୁର ରହମାନଙ୍କ ଉତ୍କୃଷ୍ଟ ବୋଲିଂ ଆଧାରରେ ସିଏସକେ ଏହି ମ୍ୟାଚକୁ ସହଜରେ ଜିତି ନେଇଥିଲା ​। ତେବେ ଏହାପରେ କେଉଁ ଦୁଇ ଦଳ ମଧ୍ୟରେ ଆଇପିଏଲର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ? ଆସନ୍ତୁ ଜାଣିବା…

ଆଇପିଏଲ୍ ୨୦୨୪ ର ଦ୍ୱିତୀୟ ମ୍ୟାଚ୍ ଆଜି ଅର୍ଥାତ ୨୩ ମାର୍ଚ୍ଚରେ ଦିଲ୍ଲୀ କ୍ୟାପିଟାଲ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଚଣ୍ଡିଗଡ଼ର ମହାରାଜା ଯାଦବନ୍ଦ୍ର ସିଂ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଆୟୋଜିତ ହେବ। ଦିଲ୍ଲୀ କ୍ୟାପିଟାଲର କମାଣ୍ଡ ଋଷବ ପନ୍ତଙ୍କ ହାତରେ ଥିବାବେଳେ ଶିଖର ଧାୱନ ପଞ୍ଜାବ କିଙ୍ଗ୍ସର କମାଣ୍ଡ ଗ୍ରହଣ କରିବେ। ସେହିପରି ଆଜି ଦ୍ୱିତୀୟ ଦିନରେ ଆଉ ଏକ ମ୍ୟାଚ ମଧ୍ୟ ରହିଛି। ଦିଲ୍ଲୀ କ୍ୟାପିଟାଲ ଏବଂ ପଞ୍ଜାବ କିଙ୍ଗ୍ସ ପରେ କୋଲକାତା ନାଇଟ ରାଇଡ଼ର୍ସ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ। ଏହି ମ୍ୟାଚ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯିବ।

ଗତକାଲି କେମିତି ବିଜୟ ଅଭିଯାନ ଆରମ୍ଭ କଲା CSK?

ଆଇପିଏଲ୍ ୨୦୨୪ର ଉଦ୍‌ଘାଟନୀ ମ୍ୟାଚରେ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତି ନେଇଥିଲା ଆରସିବି। ଏହାପରେ ଦଳ ୨୦ ଓଭର ମ୍ୟାଚ ଖେଳି ୬ ୱିକେଟ ହରାଇ ୧୭୩ ରନ୍‌ କରିଥିଲା। ଅପରପକ୍ଷେ ଚେନ୍ନାଇ ୧୮.୪ ଓଭରରେ ୪ ୱିକେଟ ହରାଇ ୧୭୬ ରନ ସଂଗ୍ରହ କରି ନେଇଥିଲା। ଦଳ ପକ୍ଷରୁ କୌଣସି ଖେଳାଳି ଅର୍ଦ୍ଧଶତକ ହାସଲ କରି ନ ଥିଲେ ମଧ୍ୟ ରାଚିନ ରବୀନ୍ଦ୍ର ୩୭, ଶିବମ ଦୁବେ ୩୪, ଅଜିଙ୍କ୍ୟ ରାହାନେ ୨୭, ରବୀନ୍ଦ୍ର ଜାଡେଜା ୨୫ ଓ ଡାରିଲ ମିଚେଲଙ୍କ ୨୨ ରନର ଅବଦାନ ବଳରେ ୮ଟି ବଲ୍‌ ବାକିଥାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ୧୧୦ ରନରେ ଚେନ୍ନାଇ ୪ର୍ଥ ୱିକେଟ ହରାଇଥିଲା। ଦୁବେ ଓ ଜାଡେଜା ଅସମାପ୍ତ ୫ମ ୱିକେଟରେ ୩୭ ବଲ୍‌ରୁ ୬୬ ରନ ଯୋଗକରି ଦଳକୁ ବିଜୟୀ କରିଥିଲେ। ଆରସିବି ବୋଲରଙ୍କ ମଧ୍ୟରେ କାମେରନ ଗ୍ରୀନ୍‌ ୨ଟି ଏବଂ ୟଶ ଦୟାଲ ଓ କର୍ନ ଶର୍ମା ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

Get real time updates directly on you device, subscribe now.