fbpx
BJD SKY
BJD SKY

ବଡ଼ ଖବର; SCBରେ ଚିକିତ୍ସାଧୀନ ବନ୍ଦୀଙ୍କ ମୃତ୍ୟୁ: ଜେଲରେ ଜୀବନ ହାରିବାକୁ କରିଥିଲେ ଉଦ୍ୟମ

BJD

କେନ୍ଦୁଝର: କଟକ ଏସସିବି ମେଡିକାଲରେ ପ୍ରାଣ ହରାଇଛନ୍ତି ଚିକିତ୍ସାଧୀନ ବନ୍ଦୀ । ଜେଲରେ ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏ ନେଇ ଜେଲ୍ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି । ଗତକାଲି ଜେଲରେ ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବିଚାରାଧୀନ କଏଦୀ । ଏହାପରେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ କଟକର ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଏଠାରେ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ଆଜି ପ୍ରାଣ ହରାଇଛନ୍ତି ବିଚାରାଧୀନ କଏଦୀ ।

Get real time updates directly on you device, subscribe now.