fbpx
BSKY SKY
BSKY SKY

ଭାରତ ଆସିଲା ଗ୍ୟାଙ୍ଗଷ୍ଟର ପ୍ରସାଦ ପୂଜାରୀ, ଚୀନରୁ ମୁମ୍ବାଇକୁ ଅଣାଗଲା

BSKY

ନୂଆଦିଲ୍ଲୀ: ଦେଶର ସୁରକ୍ଷା ଏଜେନ୍ସିମାନଙ୍କୁ ଭାରତରୁ ଫେରାର ହୋଇଯାଇଥିବା ଜଣେ ଗ୍ୟାଙ୍ଗଷ୍ଟରକୁ ଧରିବାରେ ସଫଳତା ମିଳିଛି । ପ୍ରସାଦ ପୂଜାରୀ ନାମକ ଗ୍ୟାଙ୍ଗଷ୍ଟରକୁ ଚୀନ ରୁ ମୁମ୍ବାଇ ଅଣାଯାଇଛି । ତେବେ ପ୍ରସାଦ ପୂଜାରୀଙ୍କ ବିରୋଧରେ ରେଡ କର୍ଣ୍ଣର ନୋଟିସ ଜାରି କରାଯାଇଥିଲା । ଗ୍ୟାଙ୍ଗଷ୍ଟର ପ୍ରସାଦ ପୂଜାରୀ ମୁମ୍ବାଇ ପୋଲିସର ଲିଷ୍ଟରେ ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର୍ସରୁ ଅନ୍ୟତମ । ପ୍ରସାଦ ପୂଜାରୀଙ୍କ ବିରୋଧରେ ମୁମ୍ବାଇରେ ହତ୍ୟା ଏବଂ ନିର୍ଯାତନାର ଅନେକ ମାମଲା ରୁଜୁ ହୋଇଛି । ଇଣ୍ଟରପୋଲ ପ୍ରସାଦ ପୂଜାରୀଙ୍କ ବିରୋଧରେ ରେଡ କର୍ଣ୍ଣର ନୋଟିସ ଜାରି କରିଛି । ତାଙ୍କ ବିରୋଧରେ ମାମଲା ୨୦୨୦ରେ ମୁମ୍ବାଇରେ ରୁଜୁ କରାଯାଇଥିଲା ।

ରିପୋର୍ଟ ମୁତାବକ, ପ୍ରସାଦ ପୂଜାରୀ ଭାରତରୁ ଫେରାର ହୋଇ ଚୀନରେ ପହଁଚିଥିଲେ । ଭାରତୀୟ ଏଜେନ୍ସିମାନଙ୍କ କବଳରୁ ରକ୍ଷା ପାଇବା ଲାଗି ଜଣେ ଚୀନ ମହିଳାଙ୍କୁ ବିବାହ କରିଥିଲେ । ସେମାନଙ୍କର ଏକ ପିଲା ମଧ୍ୟ ଅଛି । ମୁମ୍ବାଇ କ୍ରାଇମବ୍ରାଞ୍ଚ ପୂଜାରୀଙ୍କ ମାଆଙ୍କୁ ୨୦୨୦ରେ ଗିରଫ କରିଥିଲା । ଯାଞ୍ଚ ଏଜେନ୍ସିମାନଙ୍କ କଡ଼ା ତଦନ୍ତ ପରେ ଆଜି ତାଙ୍କୁ ଭାରତକୁ ଅଣାଯାଇଛି । ସେ ମୁମ୍ବାଇରେ ପହଁଚିବା ମାତ୍ରେ, ତାଙ୍କୁ ପୋଲିସ ଗିରଫ କରିଛି ଏବଂ ଆଜି କୋର୍ଟରେ ହାଜର କରାଯିବ । ପୂଜାରୀ କିଛି ବର୍ଷ ପୂର୍ବେ ଶିବସେନାର ଏକ ନେତାଙ୍କ ଉପରେ ମଧ୍ୟ ଜୀବନରୁ ମାରିଦେବା ଅକ୍ରମଣ କରିଥିଲେ ।

Get real time updates directly on you device, subscribe now.