fbpx

ଝଡ଼କୁ ଚିରି ଲ୍ୟାଣ୍ଡ ହେଲା ଏୟାର ଇଣ୍ଡିଆର ବିମାନ, ପାଇଲଟଙ୍କୁ କରାଯାଉଛି ପ୍ରଶଂସା

ବ୍ରିଟେନରେ ୟୁନିସ ନାମକ ଝଡ଼ର ଭୟାବହତା ଦେଖିବାକୁ ମିଳିଛି । ସାଧାରଣ ଲୋକଙ୍କ ଜୀବନ ପ୍ରଭାବିତ ହୋଇଛି । ବିମାନ ଉଡ଼ାଣରେ ମଧ୍ୟ ବାଧା ଉପୁଜିଛି । ଶୁକ୍ରବାର ଯେତେବେଳେ ୟୁନିସ ଝଡ଼ ଯୋଗୁଁ ବିମାନ ଡାଇଭର୍ଟ କରାଯାଇଥିଲା ବା ରଦ୍ଧ କରାଯାଇଥିଲା, ଏହାରି ମଧ୍ୟରେ ଏୟାର ଇଣ୍ଡିଆର ଏକ ବିମାନ ଯେଉଁଭଳି ଭାବରେ ହୀଥ୍ରୋ ଏୟାରପୋର୍ଟରେ ଲ୍ୟାଣ୍ଡ୍ ହୋଇଥିଲା, ତାହାର ଏବେ ପ୍ରଶଂସା କରାଯାଉଛି ।

ଝଡ଼ ଯୋଗୁଁ ଅନେକ ବିମାନ ଅନିୟନ୍ତ୍ରିତ ହୋଇ ଲ୍ୟାଣ୍ଡିଂ କରିପାରିନଥିଲେ କିନ୍ତୁ ପବନକୁ ଚିରି ସୁରକ୍ଷିତ ଭାବରେ ଲ୍ୟାଣ୍ଡ କରିଥିଲା ଏୟାର ଇଣ୍ଡିଆର ବିମାନ । ପ୍ରଥମେ ଏୟାର ଇଣ୍ଡିଆର B787 ବିମାନ ଲ୍ୟାଣ୍ଡିଂ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ଝଡ଼ ଯୋଗୁଁ ତାହା ଟଳମଳ ହୋଇଥିଲା କିନ୍ତୁ ଭାରତୀୟ ପାଇଲଟଙ୍କ ଦକ୍ଷତା ବଳରେ ବିମାନକୁ ନିରାପଦ ଭାବରେ ଲ୍ୟାଣ୍ଡ କରିଥିଲେ । ଯାହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖିବ ଭାରତୀୟ ପାଇଲଟଙ୍କ କୌଶଳର ପ୍ରଶଂସା କରାଯାଉଛି ।

ତେବେ ଏହା ଏଥିପାଇଁ ଚର୍ଚ୍ଚାକୁ ଆସିଛି କାରଣ ଯେଉଁ ସମୟରେ ଅନ୍ୟ ବିମାନର ଲ୍ୟାଣ୍ଡିଂକୁ ବାତିଲ କରାଯାଇଥିଲା ତଥା ଡାଇଭର୍ଟ କରାଯାଇଥିଲା, ସେହି ସମୟରେ ଭାରତୀୟ ପାଇଲଟ ଯେଉଁଭଳି ଭାବରେ କୌଶଳର ସହ ଲ୍ୟାଣ୍ଡ କରିଥିଲେ ଏଥିପାଇଁ ତାଙ୍କର ପ୍ରଶଂସା କରାଯାଉଛି ।

Get real time updates directly on you device, subscribe now.