fbpx

ଓଡ଼ିଆ ବାୟୁସେନା ଅଧିକାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଆ ବାୟୁସେନା ଅଧିକାରୀ ଦିଲୀପ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ । ଦିଲୀପ ପଟ୍ଟନାୟକଙ୍କୁ ଇଷ୍ଟର୍ଣ୍ଣ ଏୟାର କମାଣ୍ଡ ର ଏୟାର ଅଫିସର କମାଣ୍ଡିଂ ଇନ୍ ଚିଫ୍ ନିଯୁକ୍ତ କରାଯାଇଛି । ପ୍ରଥମ ଓଡ଼ିଆ ଭାବେ ଏହି ଦାୟିତ୍ୱ ପାଇଲେ ଏୟାର ମାର୍ଶାଲ ଦିଲୀପ । ଆସନ୍ତାକାଲି ଦାୟିତ୍ୱ ଗ୍ରହଣ କରିବେ ଏୟାର ମାର୍ଶାଲ ଦିଲୀପ ।

ଫାଇଟର ଜେଟ୍ ମିରେଜ୍ ପାଇଲଟ୍ ଭାବେ ଦିଲୀପଙ୍କ ଦକ୍ଷତା ରହିଛି । କାର୍ଗିଲ ଯୁଦ୍ଧରେ ଅପୂର୍ବ ସାହସିକତା ପାଇଁ ବାୟୁସେନା ମେଡାଲ ମଧ୍ୟ ପାଇଥିଲେ । ୨୦୨୦ରେ ଏୟାର ମାର୍ଶାଲ ଦିଲୀପଙ୍କୁ ଅତି ବିଶିଷ୍ଟ ସେବା ମେଡାଲ ମିଳିଥିଲା । ଏୟାର ମାର୍ଶାଲ ଦିଲୀପଙ୍କ ୨୫୦୦ ଘଣ୍ଟାର ଉଡ଼ାଣ ଦକ୍ଷତା ରହିଛି ।

Get real time updates directly on you device, subscribe now.