fbpx

ରେଳଯାତ୍ରୀଙ୍କୁ ମିଳିବ ବିମାନ ଯାତ୍ରା ଭଳି ସୁବିଧା: ଜାଣନ୍ତୁ କେଉଁ ଟ୍ରେନରେ ମିଳିବ

Advertisement

ନୂଆଦିଲ୍ଲୀ: ଭାରତରେ ପ୍ରଥମଥର ପାଇଁ “ଶାହି’ ଟ୍ରେନ ଚାଲିବାର ନିଷ୍ପତ୍ତି ନିଆଯାଇଛି । ଏହି ଟ୍ରେନଟି ଖୁବ ଶୀଘ୍ର ଗଡିବା ନେଇ ସମୟ ଧାର୍ଯ୍ୟ କରାଯାଇଛି । ଶାହି ଟ୍ରେନ ଅତ୍ୟାଧୁନିକ ପ୍ରଣାଳୀରେ ପ୍ରସ୍ତୁତ କରାଯାଉଛି । ଏହି ଟ୍ରେନରେ ବର୍ଥ ପ୍ୟାଡ ରହିବ । ଯାହା ଦ୍ୱାରା ସବୁ ଟ୍ରେନ ଅପେକ୍ଷା ଏହି ଶାହି ଟ୍ରେନଟି ଦ୍ରୁତ ଗତିରେ ଗଡିବ । ଏହି ଟ୍ରେନର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହାସହିତ ଆସନ୍ତା ପାଞ୍ଚ ବର୍ଷ ଭିତରେ ପାଞ୍ଚ ଶହରୁ ଅଧିକ ବନ୍ଦେ ଭାରତ ଏବଂ ଅମୃତ ଭାରତ ଟ୍ରେନ ଚାଲିବ ବୋଲି ରେଳ ବିଭାଗର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।

ଖବର ଅନୁସାରେ, ଏହି ଟ୍ରେନ ଦୁଇ ମାସ ଭିତରେ ଟ୍ରାକରେ ଗଡିବ । ଏହାକୁ ସମାପ୍ତ ହେବା ଲାଗି ୩ର ୁ୪ ମାସ ଲାଗିବ । ତେବେ ଏହି ଶାହି ଟ୍ରେନଟି କେଉଁ ମାର୍ଗରେ ପରୀକ୍ଷା କରାଯିବ ତାହା ଏପର୍ଯ୍ୟନ୍ତ ସ୍ଥିର କରାଯାଇନାହିଁ । ଏହାର ଶୁଣାଣି ଅଗଷ୍ଟ ୧୫ ତାରିଖରେ ହେବ ବୋଲି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ସେ ଆହୁରି କହିଛନ୍ତି, ଆଗାମୀ ୫ ବର୍ଷ ଭିତରେ ୫୦୦ ରୁ ଅଧିକ ବନ୍ଦେ ଭାରତ ଟ୍ରେନ ଏବଂ ଅମୃତ ଭାରତ ଟ୍ରେନ ଗଡିବା ନେଇ ସୂଚନା ଦେଇଛନ୍ତି । ବନ୍ଦେ ଭାରତ ଟ୍ରେନରେ ସ୍ଲିପର ଏବଂ ଉନ୍ନତମାନର ଚେୟାର ବ୍ୟବସ୍ଥା କରାଯିବ, ଯାହା ଯାତ୍ରୀମାନଙ୍କୁ ଆରାମ ଅନୁଭବ କରାଇବ । ଏଥିସହ ବନ୍ଦେ ଭାରତକୁ ମେଟ୍ରୋରେ ଅନ୍ତର୍ଭୁକ୍ତ କରାଯିବ । ଏଥିଲାଗି ଆଗାମୀ ୫ ବର୍ଷ ପାଇଁ ବ୍ଲୁ ପ୍ରିଣ୍ଟ କରାଯାଇଛି ।

ସେହିପରି ଏହି ଟ୍ରେନର ଗତି ଘଣ୍ଟା ପ୍ରତି ୧୬୦ କିଲୋମିଟର ରହିବ । ଏହାର ଡିଜାଇନ ସମ୍ପୂର୍ଣ୍ଣ ଅନ୍ୟ ଟ୍ରେନଠାରୁ ଭିନ୍ନ ରହିବ । ଏଥିରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଏସି କୋଟ ରହିବା ସହ କେବୁଲ ଡକ୍ଟ, ଏୟାର ଡକ୍ଟ, ୱାଶରୁମ ଭଳି ସୁବିଧା କରାଯିବ । ପ୍ରଥମ ଏସି କୋଚର ଯାତ୍ରୀମାନଙ୍କୁ ଉନ୍ନତମାନର ସୁବିଧା ଯୋଗାଇ ଦିଆଯିବ । ଏହି ଶ୍ରେଣୀ ଅନ୍ତର୍ଭୁକ୍ତ ଯାତ୍ରୀଙ୍କୁ ବିମାନ ଯାତ୍ରା ଭଳି ସୁବିଧା ମିଳିବ । ଏହା ବ୍ୟତୀତ ଅନ୍ୟାନ୍ୟ ଖାଦ୍ୟପେୟ ତୁଳନାରେ ଏହି ପ୍ରଥମ ଏସି କୋଚ ଶ୍ରେଣୀର ଯାତ୍ରୀ ମାନଙ୍କୁ ବିଶେଷ ଖାଦ୍ୟ ପାନୀୟ ମିଳିବାର ବ୍ୟବସ୍ଥା ରହିବ । ଏନେଇ ରେଳ ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.