fbpx

ବିମାନଯାତ୍ରୀ ମାନଙ୍କ ପାଇଁ ଖୁସି ଖବର , ଯାତ୍ରୀଙ୍କୁ ମିଳିବ ଟଙ୍କା ଫେରସ୍ତ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ବୁଧବାର ବେସାମରିକ ବିମାନ ଚଳାଚଳ ଆବଶ୍ୟକତା (CAR) ନିୟମରେ ଏକ ବଡ଼ ପରିବର୍ତ୍ତନ କରିଛି। ଡିଜିସିଏ ନିର୍ଦ୍ଦେଶନାମା ଅନୁଯାୟୀ ଘରୋଇ ବିମାନକୁ ଡାଉନଗ୍ରେଡ୍ କରିବା ପାଇଁ ପ୍ରଭାବିତ ଯାତ୍ରୀଙ୍କୁ ଟିକେଟ୍ ମୂଲ୍ୟର ୭୫ ପ୍ରତିଶତ ପର୍ଯ୍ୟନ୍ତ ଫେରସ୍ତ କରିବାକୁ ପଡିବ।

ସୂଚନା ଅନୁଯାୟୀ, ବିମାନ ଉଡ଼ାଣର ଦୂରତା ଉପରେ ନିର୍ଭର କରି ଅନ୍ତର୍ଜାତୀୟ ବିମାନର ଟିକେଟ୍ ଶ୍ରେଣୀ ହ୍ରାସ ଉପରେ ଟିକେଟ୍ ମୂଲ୍ୟର ୩୦ ପ୍ରତିଶତରୁ ୭୫ ପ୍ରତିଶତ କ୍ଷତିପୂରଣ ଦିଆଯିବ।

ଡିଜିସିଏ ଅନୁଯାୟୀ, ଯାତ୍ରା ୧୫୦୦ କିଲୋମିଟରରୁ କମ୍ ଥିବାବେଳେ ଅନ୍ତର୍ଜାତୀୟ ବିମାନରେ ୩୦ପ୍ରତିଶତ ଟିକେଟ୍ ଟଙ୍କା ଫେରସ୍ତ କରାଯିବ। ଦୂରତା ୧୫୦୦ କିଲୋମିଟରରୁ ୩୫୦୦ କିଲୋମିଟର ମଧ୍ୟରେ ଥିବାବେଳେ ୫୦% ଟଙ୍କା ଦିଆଯିବ। ଏଥି ସହିତ ଦୂରତା ୩୫୦୦ କିଲୋମିଟରରୁ ଅଧିକ ଯାତ୍ରା ସମୟରେ ୭୫ ପ୍ରତିଶତ ଟିକେଟ୍ ଟଙ୍କା ଫେରସ୍ତ କରାଯିବ।

Get real time updates directly on you device, subscribe now.