fbpx

ଗ୍ୟାସ୍ ଲିକ କାରଣରୁ ୧୬ ଜଣଙ୍କ ଜୀବନ ଚାଲିଗଲା

ନୂଆଦିଲ୍ଲୀ: ବିପଦ ପାକିସ୍ତାନର ପିଛା ଛାଡ଼ୁନାହିଁ । ଗୋଟିଏ ପଟେ ଦେଶର ଆର୍ଥିକ ପରିସ୍ଥିତି ଦୁର୍ବଳ ଆଡ଼କୁ ଗତି କରୁଥିବା ବେଳେ ଏହି ସମୟରେ ପୁଣି ଘଟିଯାଇଛି ଏକ ବଡ଼ ଅଘଟଣ । ଗ୍ୟାସ ଲୋଡ ଶେଡିଂ ଓ ଲିକେଜ ସମସ୍ୟା ବିଭିନ୍ନ ଅଞ୍ଚଳରେ ଦେଖାଯାଉଛି । ତେବେ ଏହି ଘଟଣାରେ ଅତିକମରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହି ମୃତକଙ୍କ ମଧ୍ୟରେ କିଛି ଶିଶୁ ରହିଥିବା କୁହାଯାଉଛି ।

ସୂଚନା ମୁତାବକ, ପାକିସ୍ତାନର ଦକ୍ଷିଣ-ପଶ୍ଚିମ ବଲୁଚିସ୍ତାନ ପ୍ରାନ୍ତର କ୍ୱେଟା ସହରରେ ଗୋଟିଏ ସପ୍ତାହ ମଧ୍ୟରେ ଗ୍ୟାସ ଲିକେଜ ଘଟଣରେ ଅତିକମରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି । କ୍ୱେଟାର କିଲ୍ଲୀ ବଡେଜାଈ ଅଞ୍ଚଳରେ ଗ୍ୟାସ୍ ବିସ୍ଫୋରଣ ପରେ ଘରର ମାଟି କାନ୍ଥ ଭିତରେ ଏକ ପରିବାରର ୪ ଜଣ ସଦସ୍ୟ ଫଶି ମୃତ୍ୟୁବରଣ କରିଥିଲେ । ଏହି ଘଟଣାର ଦୁଇ ଜଣ ମହିଳା ମଧ୍ୟ ଆହତ ହୋଇଥିଲେ ।

ପରିବାର ଲୋକେ ପିଲାଙ୍କ ସହିତ ଘରେ ଶୋଇଥିବା ବେଳେ ଅଚାନକ ଗ୍ୟାସ ଲିକ୍ ହୋଇ ବିସ୍ଫୋରଣ ଘଟିଥିଲା । ଫଳରେ ଘରର କାନ୍ଥ ପରିବାର ସଦସ୍ୟଙ୍କ ଉପରେ ମାଡ଼ି ବସିଥିଲା । ସେହିପରି କ୍ୱେଟାର ଅନ୍ୟ ଏକ ଅଞ୍ଚଳରେ ଜଣେ ପୋଲିସ ସବଇନ୍ସପେକ୍ଟରଙ୍କ ରୁମରେ ଗ୍ୟାସ ଲିକ୍ ହୋଇଥିଲା । ଫଳରେ ଉକ୍ତ ଅଧିକାରୀଙ୍କ ମୃତ୍ୟୁ ଘଟିଥିଲା । ଗତ ସପ୍ତାହରେ ଏପରି ଅନେକ ଗ୍ୟାସ୍ ଲିକେଜ୍ ସମସ୍ୟା ଆସିଥିବା ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.