fbpx

IBM Corpରୁ ଛଟେଇ ହେଲେ ୩୯୦୦ କର୍ମଚାରୀ

ନୂଆଦିଲ୍ଲୀ: ସାରା ବିଶ୍ୱର ପ୍ରମୁଖ ଟେକ କମ୍ପାନୀଗୁଡ଼ିକ ଏବେ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଛନ୍ତି । ଏହା ମଧ୍ୟରେ ଗୁଗଲ, ଆମାଜନ, ଫେସବୁକ, ମାଇକ୍ରୋସଫ୍ଟ ପରି ନାମିଦାମୀ କମ୍ପାନୀମାନେ ବହୁ କର୍ମଚାରୀଙ୍କୁ ଛଟେଇ କରିଛନ୍ତି । ଆଉ କିଛି କମ୍ପାନୀ ଛଟେଇ କରିବା ନେଇ ଘୋଷଣା ମଧ୍ୟ କରିଛନ୍ତି । ତେବେ ଏହି କ୍ରମରେ ସାମିଲ ହୋଇଛି ବିଶ୍ୱର ଆଉ ଏକ ବଡ଼ କମ୍ପାନୀ ।

ସୂଚନା ମୁତାବକ, ଆଇବିଏମ୍ କର୍ପରୁ ୩୯୦୦ ଜଣ କର୍ମଚାରୀଙ୍କୁ ଛଟେଇ କରାଯାଇଛି । ଅନ୍ୟପକ୍ଷରେ ଆଇବିଏମ୍ ଭର୍ତ୍ତି ଜାରି ରଖିବ ବୋଲି କମ୍ପାନୀର ମୁଖ୍ୟ ଆର୍ଥିକ ଅଧିକାରୀ ସୂଚନା ଦେଇଛନ୍ତି । କମ୍ପାନୀ ନିରନ୍ତର ଭାବେ ମୁଦ୍ରାର ସର୍ତ୍ତ ଆଧାରରେ ମଧ୍ୟ-ସିଙ୍ଗଲ ଅଙ୍କରେ ବାର୍ଷିକ ରାଜସ୍ୱ ବୃଦ୍ଧି ଅନୁମାନ ଲଗାଇଥାଏ । ମାତ୍ର ଗତବର୍ଷର ରିପୋର୍ଟରେ ତାହା ୧୨ ପ୍ରତିଶତ ଦୁର୍ବଳ ଦେଖିବାକୁ ମିଳିଥିଲା ।

ତେବେ ୧୧୦ ବର୍ଷର ଏହି ପୁରୁଣା କମ୍ପାନୀ ନିଜର ଅଧାରୁ ଅଧିକ ରାଜସ୍ୱ ଆମେରିକା ବାହାରୁ ସଂଗ୍ରହ କରିଥାଏ । ଆମେରିକୀୟ ଡଲାର ଦୁର୍ବଳ ହେବା କାରଣରୁ ନ୍ୟୁଟ୍ରାଲ ଫରେନ୍ ଏକ୍ସଚେଞ୍ଜ କମ୍ପାନୀର ବିଜିନେସକୁ ପ୍ରଭାବିତ କରିବ ବୋଲି ପୂର୍ବାନୁମାନ କରାଯାଇଥିଲା । ମିଡ଼ିଆ ରିପୋର୍ଟ ମୁତାବକ, ବିଶ୍ୱ ସ୍ତରରେ କମ୍ପାନୀର ୨,୬୦,୦୦୦ କର୍ମଚାରୀ ରହିଥିବା ବେଳେ ୧.୫ ପ୍ରତିଶତ ଚାକିରିଆଙ୍କୁ କାର୍ଯ୍ୟରୁ ଅନ୍ତର କରି ଦିଆଯାଇଛି । ତେବେ ବିଭିନ୍ନ କମ୍ପାନୀରୁ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଟେକ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

Get real time updates directly on you device, subscribe now.