fbpx

(Video) ଲ୍ୟାଣ୍ଡିଂ ସମୟରେ ବିମାନରେ ଲାଗିଲା ଭୟଙ୍କର ନିଆଁ: ଜରୁରୀକାଳୀନ ଗେଟରେ ଛିନ୍ ଛତର ହୋଇ ଦୌଡିଲେ ଯାତ୍ରୀ

ନୂଆଦିଲ୍ଲୀ: ୧୨୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଡୋମିନିକାନ୍ ରିପବ୍ଲିକ୍ ଏୟାର କ୍ୟାରିଅର୍ ରେଡ୍ ଏୟାରର ଏକ ବିମାନରେ ଭୟଙ୍କର ଅଗ୍ନିକାଣ୍ଡ । ମିଆମି ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।

ଅଧିକାରୀମାନେ କହିଛନ୍ତି ଯେ, ବିମାନଟିରେ ଅଚାନକ୍ ନିଆଁ ଲାଗିଯାଇଥିଲା । ଅବଶ୍ୟ ଏଥିରେ କେହି ଗୁରୁତର ଭାବେ ଆହତ ହୋଇନାହାନ୍ତି ।  ଡୋମିନିକାନ୍ ରିପବ୍ଲିକର ସାଣ୍ଟୋ ଡୋମିଙ୍ଗୋରୁ ଆମେରିକାର ମିଆମି ଅନ୍ତର୍ଜାତୀୟ ବିମାନବନ୍ଦରକୁ ଆସୁଥିବା ରେଡ୍ ଏୟାର ବିମାନରେ ଅବତରଣ ଗିଅର ଡ୍ରପ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି ।

ବିମାନରେ ୧୨୬ ଜଣ ଲୋକ ଥିବା ବେଳେ ସେମାନଙ୍କ ମଧ୍ୟରୁ ତିନିଜଣଙ୍କୁ ସାମାନ୍ୟ ଆଘାତ ହୋଇଥିଲେ, ଫଳରେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଛି । ଅନ୍ୟ ଯାତ୍ରୀମାନଙ୍କୁ ବିମାନରୁ ଟର୍ମିନାଲକୁ ନିଆଯାଇଛି । ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣକୁ କରି ଇନ୍ଧନ ଲିକ୍ ହ୍ରାସ କରିଛନ୍ତି ବୋଲି ମିଆମି-ଡେଡ୍ ଫାୟାର ରେସକ୍ୟୁ ଟ୍ୱିଟରରେ ପୋଷ୍ଟ କରିଛି ।

ଭିଡିଓରୁ ଜଣାପଡିଛି କି, ବିମାନଟି ରନୱେ ପାଖରେ ଥିବା ଘାସ ଭିତରକୁ ପଶିଯାଇଥିଲା । ନିଆଁ ଲାଗିବା ପରେ ଯାତ୍ରୀମାନେ ଜରୁରୀକାଳୀନ ଗେଟ୍ ଦେଇ ବାହାରକୁ ଆସିଥିଲେ । ଅତିକମରେ ୩ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Get real time updates directly on you device, subscribe now.