fbpx

ଏୟାର ହୋଷ୍ଟେସଙ୍କ ପ୍ରେମରେ ପାଗଳ ଥିଲେ ଯାତ୍ରୀ, ପାଗଳାମି ସାଜିଲା ଯାତ୍ରୀଙ୍କ ପାଇଁ କାଳ

ନୂଆଦିଲ୍ଲୀ: ବିମାନରେ କାର୍ଯ୍ୟରତ ଏୟାର ହୋଷ୍ଟେସଙ୍କ ବାବଦରେ ତ ଆପଣ ଶୁଣିଥିବେ । ଯାତ୍ରୀଙ୍କ ଯାତ୍ରାକୁ ସଫଳ ଓ ସୁଗମ କରିବା ପାଇଁ ସେମାନେ ସେଠାରେ କାର୍ଯ୍ୟରତ ଥାଆନ୍ତି । ଯାତ୍ରୀଙ୍କ ପ୍ରତିଟି ଆବଶ୍ୟକତାକୁ ସେମାନେ ପୂରଣ କରନ୍ତି । ମାତ୍ର କେତେକ ବ୍ୟକ୍ତି ଏମାନଙ୍କଠାରୁ ବି ଫାଇଦା ଉଠାଇ ନିଅନ୍ତି । ଏମିତି ଏକ ମାମଲା ଆସିଛି ଭିଏତନାମର ହୋ ଚି ମିନହ ସିଟିରୁ । ସେଠାରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରୁଥିଲା ଫ୍ଲାଇଟ ସଂଖ୍ୟା ଭିଜେ- ୮୯୫ । ସନ୍ଧ୍ୟା ପ୍ରାୟ ୭ଟା ୩୦ରେ ଇନ୍ଦିରାଗାନ୍ଧୀ ଏୟାରପୋର୍ଟ ଅଭିମୁଖେ ବାହାରି ଥିବା ଏହି ଫ୍ଲାଇଟରେ ଥିବା ଜଣେ ଯାତ୍ରୀଙ୍କ ହୃଦୟ ସେଠାରେ ଥିବା ଜଣେ ଏୟାର ହୋଷ୍ଟେସଙ୍କ ପାଖରେ ଲାଖି ଯାଇଥିଲା ।

ଗୁରମିତ ସିଂ ନାମକ ଏହି ଯାତ୍ରୀ ପ୍ରଥମେ ବହୁତ ସମୟ ପର୍ଯ୍ୟନ୍ତ ଏୟାରହୋଷ୍ଟେସଙ୍କୁ ଖରାପ ନଜରରେ ଦେଖୁଥିଲେ । ଏହାର ଏୟାରହୋଷ୍ଟେଜ ଧ୍ୟାନ ନ ଦେଇ ନିଜ କାର୍ଯ୍ୟ କରୁଥିଲେ । ପରେ ଯାତ୍ରୀ ଜଣକ ଏୟାର ହୋଷ୍ଟେସଙ୍କୁ ପାଖକୁ ଡାକିଥିଲେ । ଏୟାରହୋଷ୍ଟେସ ଜଣକ ଯାତ୍ରୀଙ୍କ ପ୍ରତିଟି କଥା ରଖିଥିଲେ ନିଜ ଦାୟିତ୍ୱ ଭାବି । ମାତ୍ର ଯାତ୍ରୀ ଜଣକ ଏୟାରହୋଷ୍ଟେସଙ୍କୁ ଖରାପ ଭାଷାରେ କହି ଇଙ୍ଗିତ କରିଥିଲେ । ଯାତ୍ରୀ ଜଣକ ଏୟାରହୋଷ୍ଟେସଙ୍କ ପ୍ରେମରେ ଏତେ ପାଗଳ ହୋଇଥିଲେ ଯେ ଶେଷରେ ସେ ତାଙ୍କ ପ୍ରେମରେ ଉବୁଟୁବୁ ହୋଇ ନିଜ ପ୍ରେମ ନିବେଦନ କରିଦେଲେ । କିନ୍ତୁ ଏୟାରହୋଷ୍ଟେସ ଏହାକୁ ଧ୍ୟାନ ନ ଦେବାରୁ ଯାତ୍ରୀ ଜଣକ ସବୁ ସୀମା ପାର କରି ଗଲେ । ଯାତ୍ରୀ ଗୁରମିତ ତାଙ୍କୁ ଜବରଦସ୍ତି ଧରିକି ଚୁମ୍ବନ କରି ଦେଲେ । ଫ୍ଲାଇଟରେ ହୋଇଥିବା ଏହି ଘଟଣାକୁ ସେଠାରେ ଉପସ୍ଥିତ ସବୁ ଯାତ୍ରୀ ଦେଖୁଥିଲେ । ପରବର୍ତ୍ତୀ ସମୟରେ ଯାତ୍ରୀ ଗୁରମିତଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇ ସାରିଛି । ଏହି ପାଗଳ ପ୍ରେମୀଙ୍କୁ ଗୁରଫ କରି ସାରିଛି ପୁଲିସ ।

Get real time updates directly on you device, subscribe now.