fbpx

ଦିବ୍ୟାଙ୍ଗ ଯାତ୍ରୀଙ୍କୁ ଉଡ଼ାଣ ପାଇଁ ଦିଆଯିବ କି’ ନାହିଁ, ଡାକ୍ତରଙ୍କ ଠାରୁ ପରାମର୍ଶ ନେବ ଏୟାରଲାଇନ୍ସ

ନୂଆଦିଲ୍ଲୀ: ଏୟାରଲାଇନ୍ସ କମ୍ପାନୀ ଏବେ ଦିବ୍ୟାଙ୍ଗ ଯାତ୍ରୀ ଏବଂ ସେମାନଙ୍କର ଅକ୍ଷମତା ଆଧାରରେ ଉଡ଼ାଣରୁ ମନା କରିପାରିବେ ନାହିଁ । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏୟାରଲାଇନ କମ୍ପାନୀକୁ ଏହି ବିଷୟରେ ନିର୍ଦ୍ଦେଶ ଦେଇଛନ୍ତି । ଡିଜିସିଏ ଅନୂଯାୟୀ ଏଭଳି ପରିସ୍ଥିତିରେ ଏୟାରପୋର୍ଟରେ ହିଁ ଡାକ୍ତରଙ୍କୁ ବ୍ୟକ୍ତିଗତ ଭାବରେ ସେହି ଯାତ୍ରୀଙ୍କ ଯାଞ୍ଚ କରିବା ଦରକାର ଯାହାଙ୍କର ସ୍ୱାସ୍ଥ୍ୟ ଉଡ଼ାଣ ସେବା ପାଇଁ ଖରାପ ହେବାର ଆଶଙ୍କା ଥାଏ ।

ଡାକ୍ତରଙ୍କ ନେବାକୁ ହେବ ପରାମର୍ଶ: ଡିଜିସିଏ କହିଛି  ଯେ ଯଦି ଏୟାରଲାଇନକୁ ଲାଗୁଛି ଯେ ଏଭଳି ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଉଡ଼ାଣ ସମୟରେ ଖରାପ ହୋଇପାରେ, ତେବେ ସେହି ଯାତ୍ରୀଙ୍କ ବ୍ୟକ୍ତିଗତ ଭାବରେ ଜଣେ ଡାକ୍ତରଙ୍କ ଦ୍ୱାରା ଯାଞ୍ଚ କରାଯିବା ଦରକାର । ଡାକ୍ତର ଚିକିତ୍ସା ସ୍ଥିତିକୁ ସ୍ପଷ୍ଟ ଭାବରେ କହିବେ ।

ଏହା ସହ ସେ ଏହା ମଧ୍ୟ କହିବେ ଯେ ଯାତ୍ରୀ ଉଡ଼ାଣ ଭରିବା ପାଇଁ ଉଚିତ୍ ନା ନୁହେଁ । ଡାକ୍ତରଙ୍କ ପରାମର୍ଶ ପରେ ଏୟାରଲାଇନ ଏଭଳି ଯାତ୍ରୀଙ୍କ ଉଡ଼ାଣ ଉପରେ ଉଚିତ୍ ନିର୍ଣ୍ଣୟ ନେବ । ସେହିଭଳି ଏୟାରଲାଇନକୁ ଯାତ୍ରୀଙ୍କୁ ଲିଖିତ ଭାବରେ କାରଣ ସହ କହିବାକୁ ହେବ ଯେ ତାଙ୍କ କାହିଁକି ଉଡ଼ାଣ ପାଇଁ ଦିଆଯାଉନାହିଁ ।

ସୂଚନାଯୋଗ୍ୟ, ନିକଟରେ ଇଣ୍ଡିଗୋ ଏୟାରଲାଇନ୍ସର କର୍ମଚାରୀ ଜଣେ ଦିବ୍ୟାଙ୍ଗ କିଶୋରଙ୍କ ତାଙ୍କ ମାତା-ପିତାଙ୍କ ସହ ରାଞ୍ଚି ବିମାନ ବନ୍ଦରରେ ବିମାନରେ ଚଢ଼ିବାକୁ ମନା କରିଥିଲେ । ଏହି ଘଟଣାକୁ ନେଇ ଇଣ୍ଡିଗୋ ଏକ ବୟାନ ଜାରି କରି କହିଥିଲା ଯେ କିଶୋର ଜଣକ ଭୟଭୀତ ହୋଇଯାଇଥିଲେ ଏବଂ ଗ୍ରାଉଣ୍ଡ ଷ୍ଟାଫ୍ ତାଙ୍କ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ଶାନ୍ତ ହୋଇନଥିଲେ । ଅବଶ୍ୟ, ଇଣ୍ଡିଗୋ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଥିଲା ।

Get real time updates directly on you device, subscribe now.