fbpx

୬୮ତମ ଜାତୀୟ ଫିଲ୍ମ ପୁରସ୍କାର:  ଓଡ଼ିଶାରୁ କେହି ବି ନାହିଁ, କେବଳ ପୁସ୍ତକ ପାଇଁ ପାଇବେ ସୂର୍ଯ୍ୟ ଦେଓ 

ନୂଆଦିଲ୍ଲୀ: ୬୮ତମ ଜାତୀୟ ଫିଲ୍ମ ପୁରସ୍କାର ଆଜି ନୂଆଦିଲ୍ଲୀର ଜାତୀୟ ମେଡ଼ିଆ ସେଣ୍ଟରଠାରେ ଘୋଷଣା କରାଯାଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏନେଇ ଆଜି ସକାଳେ ଟ୍ୱିଟ୍ କରି ସୂଚନା ଦେଇଥିଲେ । ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଏକ ଉତ୍ସବର ଆୟୋଜନ କରାଯାଇ ଜାତୀୟ ପୁରସ୍କାର ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ଫିଲ୍ମ ନିର୍ମାତା, ଅଭିନେତା, ଟେକ୍ନିସିଆନ, ସମ୍ପାଦକଙ୍କ ବ୍ୟତୀତ ଫିଲ୍ମ ସହ ଜଡ଼ିତ ଅନ୍ୟ କଳାକାରମାନଙ୍କୁ ପୁରସ୍କୃତ କରାଯିବ ।

ତେବେ ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା ଓଡ଼ିଶାର କଳାକାରଙ୍କ ପାଇଁ ନୈରାଶ୍ୟଜନକ ଖବର ଆଣିଦେଇଛି । ଓଡ଼ିଶାର କୌଣସି ଫିଲ୍ମକୁ ଜାତୀୟ ପୁରସ୍କାର ମିଳିନାହିଁ । କେବଳ ପୁସ୍ତକ ପାଇଁ ସୂର୍ଯ୍ୟ ଦେଓ ପୁରସ୍କାର ପାଇବେ । ସୂର୍ଯ୍ୟ ତାଙ୍କର ରଚିତ ପୁସ୍ତକ ‘କାଲି ପାଇଁ କାଲିର ସିନେମା’ ପାଇଁ ଏହି ସମ୍ମାନ ପାଇବାକୁ ଯାଉଛନ୍ତି । ଜାତୀୟ ପୁରସ୍କାର ଘୋଷଣା କ୍ଷେତ୍ରରେ ସୂର୍ଯ୍ୟ ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି ।

ସୂର୍ଯ୍ୟ ୮୦ ବର୍ଷର ଓଡ଼ିଆ ସିନେମାକୁ ନେଇ ଦୀର୍ଘ ବର୍ଷ ଧରି ତାଙ୍କର ଲେଖନୀ ଚାଳନା କରି ଆସିଛନ୍ତି । ସୂର୍ଯ୍ୟ ପେଶାରେ ଜଣେ ସିନେ ସାମ୍ବାଦିକ ହୋଇଥିବା ବେଳେ ଓଡ଼ିଆ ଫିଲ୍ମ ଜଗତକୁ ତାଙ୍କର ଅନେକ ଅବଦାନ ରହିଛି । ତାଙ୍କୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଏନସାଇକ୍ଲୋପେଡ଼ିଆ କୁହାଯାଇଥାଏ ।

Get real time updates directly on you device, subscribe now.