fbpx

ମହଙ୍ଗା ହେବ ଲୋନ! RBIର ନିର୍ଦ୍ଧାରିତ ସୀମାରୁ ଅଧିକ ରହିଛି ମୁଦ୍ରାସ୍ଫିତୀ

ନୂଆଦିଲ୍ଲୀ: ଦେଶରେ ଦରବୃଦ୍ଧି ଚିନ୍ତାରୁ ଏବେ ସାମାନ୍ୟ ମୁକ୍ତି ମିଳିଛି । କିନ୍ତୁ ଏହି ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ଇସାରା ପୁଣିଥରେ ଦେଶବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି । ଆରବିଆଇର ଏହି ନିୟମକୁ ଲକ୍ଷ୍ୟ କରି ଏବେ ଏକ୍ସପର୍ଟମାନେ ବିଭିନ୍ନ ଅନୁମାନ ଲଗାଇବା ଆରମ୍ଭ କରିଛନ୍ତି । ଆସନ୍ତା ଅଗଷ୍ଟ ମାସରେ ହେବାକୁ ଥିବା ମୁଦ୍ରାନୀତି ବୈଠକ(ମନିଟାରୀ ପଲିସି ମିଟିଙ୍ଗ)ରେ ରେପୋ ରେଟ ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି । ଏହାସହିତ ସୁଧ ହାର ମଧ୍ୟ ବୃଦ୍ଧି ହୋଇପାରେ ବୋଲି ଆଶଙ୍କା ରହିଛି ।

ଏବେ ମୁଦ୍ରାସ୍ଫିତୀ ହାର ହ୍ରାସ ପାଇବାରେ ଲାଗିଥିବା ନିଜ ଜୁଲାଇ ବୁଲେଟିନରେ କହିଛି ଆରବିଆଇ । ଆରବିଆଇଙ୍କ କହିବା ଅନୁଯାୟୀ, ଏହି ଅସାଧାରଣ ସମୟରେ ମୁଦ୍ରାସ୍ଫିତୀର ସ୍ତର ଅପେକ୍ଷା ଏହାର ଦିଗରେ ପରିବର୍ତ୍ତନ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେବେ ଏଭଳି କଠିନ ପରିସ୍ଥିତିରୁ ବାହାରି ବିଶ୍ୱର ଅନ୍ୟ ଦେଶଗୁଡିକ ପରି ଭାରତର ମୁଦ୍ରାନୀତିରେ ମଧ୍ୟ ସୁଧାର ଆସିପାରିବ ଏବଂ୨ ବର୍ଷ ଭିତରେ ନିର୍ଦ୍ଧାରିତ ସମୟ ମଧ୍ୟରେ ପହଞ୍ଚିପାରିବ ବୋଲି କହିଛନ୍ତି ଆରବିଆଇ ।

ସୂଚନା ଅନୁସାରେ, ଚଳିତବର୍ଷ ଜୁନ ମାସ ସୁଦ୍ଧା ଖୁଚୁରା ମୁଦ୍ରାସ୍ଫିତୀ ୭.୦୧ ପ୍ରତିଶତ ରହିଥିଲା । ଲଗାତାର ଷଷ୍ଠ ଥର ପାଇଁ ଭାରତର ଖୁଚୁରା ମୁଦ୍ରାସ୍ଫିତୀ ହାର ରିଜର୍ଭ ବ୍ୟାଙ୍କ ଦ୍ୱାରା ଧାର୍ଯ୍ୟସୀମା ଅତିକ୍ରମ କରିଛି । ରିଜର୍ଭ ବ୍ୟାଙ୍କ ଏହୀ ସୀମା ୬ ପ୍ରତିଶତ ସ୍ଥିତ କରିଥିବା ବେଳେ ଏହା ୭ ପ୍ରତିଶତରେ ପହଞ୍ଚିଛି । ଏପ୍ରିଲ ମାସରେ ଖୁଚୁରା ମୁଦ୍ରାସ୍ପିତୀ ଦର ୭.୭୯ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ ମେ’ରେ ଏହା ୭.୦୪କୁ ହ୍ରାସ ପାଇବା ସହ ଜୁନରେ ୭.୦୧କୁ ଖସିଛି ।

କୋଟକ ଇନଷ୍ଟିଚ୍ୟୁସନାଲ ଇକ୍ଟିଭିଟିଜର ବରିଷ୍ଠ ଅର୍ଥଶାସ୍ତ୍ରୀ ସୁବୋଦୀପ ରକ୍ଷିତଙ୍କ କହିବା ଅନୁସାରେ, ବର୍ତ୍ତମାନର ମୁଦ୍ରାସ୍ଫିତୀକୁ ନଜରରେ ରଖି ଆରବିଆଇକୁ ରେପୋ ରେଟରେ ମଧ୍ୟ ବୃଦ୍ଧି କରିବା ଆବଶ୍ୟକ । ତେବେ ଅଗଷ୍ଟ ପଲିସିରେ ରେପୋ ରେଟରେ ୩୫ ବେସିସ ପଏଣ୍ଟ ବୃଦ୍ଧି ହେବ ଏବଂ ଆରବିଆଇକୁ ବର୍ଷ ଶେଷରେ ରେପୋ ରେଟ ୫.୭୫ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚାଇବା ଅବଶ୍ୟକ ।

Get real time updates directly on you device, subscribe now.