fbpx

ଜାତୀୟ ଫିଲ୍ମ ପୁରସ୍କାର-୨୦୨୨ ଘୋଷଣା: ଅଜୟ ଦେବଗନ ଓ ସୂର୍ଯ୍ୟାଙ୍କୁ ମିଳିଲା ବେଷ୍ଟ ଆକ୍ଟର ଆୱାର୍ଡ, ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାରର ଘୋଷଣା ଆରମ୍ଭ ହୋଇଯାଇଛି । ୬୮ତମ ଜାତୀୟ ଫିଲ୍ମ ପୁରସ୍କାରର ଲିଷ୍ଟ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଜାରି ରିଛନ୍ତି । ଅଜୟ ଦେବଗନଙ୍କୁ ‘ତାନାଜୀ’ ଫିଲ୍ମ ପାଇଁ ବେଷ୍ଟ ଆକ୍ଟର ଆୱାର୍ଡ ପ୍ରଦାନ କରାଯାଇଛି । ସେହିପରି ‘ସୁରାରାଇ ପୋଟ୍ରୁ’ ଫିଲ୍ମ ପାଇଁ ସାଉଥ ଷ୍ଟାର ସୂର୍ଯ୍ୟା ମଧ୍ୟ ବେଷ୍ଟ ଆକ୍ଟର ଆୱାର୍ଡ ଜିତିଛନ୍ତି । ଏହି ପୁରସ୍କାରର ଘୋଷଣାର ଲାଇଭ୍ ଟେଲିକାଷ୍ଟ ପିଆଇବି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ କରାଯାଉଛି ।

ଚଳିତ ବର୍ଷ ପାଖାପାଖି ୩୦୦ଟି ଫିଚର ଫିଲ୍ମ ଓ ୧୫୦ଟି ନନ ଫିଚର ଫିଲ୍ମ ସାମିଲ ହୋଇଥିଲା । ସେଥିମଧ୍ୟରେ ୩୦ଟି ଅଲଗା ଅଲଗା ଭାଷାର ଫିଲ୍ମ ରହିଥିଲା । ଫିଲ୍ମନିର୍ମାତା ବିପୁଲ ଶାହ ଚଳିତ ବର୍ଷ ଫିଲ୍ମ ପୁରସ୍କାରର ୧୦ ସଦସ୍ୟ ବିଶିଷ୍ଟ ଜୁରୀ ମଣ୍ଡଳୀର ନେତୃତ୍ୱ ନେଇଛନ୍ତି । କୋଭିଡ୍ କାରଣରୁ ଗତ ଦୁଇବର୍ଷ ଧରି କେବଳ ଅନଲାଇନରେ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା ।

ସଞ୍ଜୟ ଦତ୍ତଙ୍କ ଫିଲ୍ମ ‘ତୁଲସୀଦାସ ଜୁନିୟର’ ବେଷ୍ଟ ହିନ୍ଦି ଫିଲ୍ମ ପୁରସ୍କାର ପାଇଛି । ସେହିପରି ବେଷ୍ଟ ଡାଇରେକ୍ଟର- ସାଚୀ, ଅୟାପାନୁମ କୋଶିୟମ ଫିଲ୍ମ, ବେଷ୍ଟ ପପୁଲାର ଫିଲ୍ମ- ତାନାଜୀ, ବେଷ୍ଟ ଅଭିନେତ୍ରୀ- ବାଲାମୁରଲୀ, ବେଷ୍ଟ ସହଯୋଗୀ ଆକ୍ଟର- ଅୟପାନୁମ କୋଶିୟମ ପାଇଁ ବିଜୁ ମେନନ, ବେଷ୍ଟ ମ୍ୟୁଜିକ- ଜୀଭି ପ୍ରକାଶ, ବେଷ୍ଟ ବୁକ ଅଫ୍ ସିନେମା- ଦ ଲଙ୍ଗେଷ୍ଟ କିସ, କିଶ୍ୱର ଦେସାଇ ଘୋଷିତ ହୋଇଛନ୍ତି ।

ବେଷ୍ଟ ଫିଚର ଫିଲ୍ମ: ହିନ୍ଦୀ- ତୁଲସୀଦାସ ଜୁନିୟର, ମୃଦୁଲ ତୁଲସୀଦାସ, ହରିୟାଣୀ- ଦାଦା ଲଖମୀ, ଡାଇରେକ୍ଟର ୟଶପାଲ ଶର୍ମା, ଦିମାସା- ସେମଖୋର, ଏମୀ ବରୁଆ, ତୁଲୁ- ଜିତେଗେ, ସନ୍ତୋଷ ମାଡା, ତେଲୁଗୁ- କଲର ଫଟୋ, ଅଙ୍ଗିରେକୁଲା, ସନ୍ଦୀପ ରାଜ, ତାମିଲ- ଶିବରଞ୍ଜିନିୟମ ଇନ୍ମି ସିଲା ପେଙ୍ଗାଲୁମ, ବସନ୍ତ ଏସ ସାଈ, ମାଲୟାଲମ- ଥିଙ୍କଲଚଝଆ ନିଶ୍ଚୟମ, ପ୍ରସନ୍ନା ସତ୍ୟନାଥ ହେଗଡ଼େ, ମରାଠୀ- ଘୋଷ୍ଠା ଏକା ପୈଥାଞ୍ଚୀ, ଶାନ୍ତନୁ, ବଙ୍ଗାଳୀ- ଆବିଜାତ୍ରିକ, ଶୁଭ୍ରାଜିତ ମିତ୍ରା, ଅସମିୟା- ବ୍ରିଜ, କୃପାଳ କଲିତା ।

ବେଷ୍ଟ ଲିରିକ୍ସ- ସାୟନା, ମନୋଜ ମୁନ୍ତଶିର, ବେଷ୍ଟ ଫିମେଲ ପ୍ଲେବ୍ୟାକ ସିଙ୍ଗର- ନଚମ୍ମା, ଏକେ ଅୟପମ କୋଶିୟମ, ବେଷ୍ଟ ମେଲ ସିଙ୍ଗର- ରାହୁଲ ଦେଶପାଣ୍ଡେ, ମୀବସନ୍ତରାଓ ଫିଲ୍ମ, ବେଷ୍ଟ ମ୍ୟୁଜିକ ଡିରେକ୍ସନ- ବିଶାଲ ଭରଦ୍ୱାଜଙ୍କ ୧୨୩୨ କିମି କେ ମରେଙ୍ଗ ତୋ ୱହି ଜାକର ଗୀତ ।

ନନ ଫିଚର ଫିଲ୍ମ: ବେଷ୍ଟ ନିର୍ଦ୍ଦେଶକ- ଆରଭି ରମାନୀ, ଔହ ଦାଟସ ଭାନୁ ଫିଲ୍ମ, ପାରିବାରିକ ମୂଲ୍ୟ ଆଧାରିତ ସର୍ବଶ୍ରେଷ୍ଠ ଫିଲ୍ମ- କୁମକୁମାରଚନ, ଅଭିଜୀତ ଅରବିନ୍ଦ ଦଲବିକ, ସର୍ବଶ୍ରେଷ୍ଠ ସ୍କ୍ରିନ ପ୍ଲେ- ରବଦିକୁନ୍ନା କଲପ୍ପା, ନିଖିଲ ଏସ ପ୍ରବୀଣ, ବ୍ରେଷ୍ଟ ଅଡିଓଗ୍ରାଫି- ପର୍ଲ ଅଫ୍ ଦ ଡେଜର୍ଟ, ଅଜିତ ସିଂ ରାଠୋର, ବେଷ୍ଟ ନ୍ୟାସନାଲ ଭଏସ ଓଭର- ରୈପସୋଡୀ ଅଫ୍ ରେନ୍ସ-କେରଳ ମୌସୁମୀ, ଶୋଭା ଥରୁର ଶ୍ରୀନିବାସନ, ବେଷ୍ଟ ମ୍ୟୁଜିକ ଡିରେକ୍ସନ- ବିଶାଲ ଭରଦ୍ୱାଜଙ୍କ ୧୨୩୨ କିମି କେ ମରେଙ୍ଗ ତୋ ୱହି ଜାକର ଗୀତ, ବେଷ୍ଟ ଏଡିଟିଂ- ୱାଣ୍ଡରଲ୍ୟାଣ୍ଡସ, ଅନାଦି ଅଥଲୀ, ବେଷ୍ଟ ଅନ ଲୋକେସନ ସାଉଣ୍ଡ- ଜାଦୁଇ ଜଙ୍ଗଲ,ଚ ସନ୍ଦୀପ ଭାଟୀ ଓ ପ୍ରଦୀପ ଲେଖୱାର, ସର୍ବାଧିକ ଫିଲ୍ମ ଅନୁକୂଳ ରାଜ୍ୟ- ମଧ୍ୟପ୍ରଦେଶ ।

Get real time updates directly on you device, subscribe now.