fbpx

ନୂଆବର୍ଷରେ ମାଲକାନଗିରିରୁ ଉଡ଼ିବ ବିମାନ

ମାଲକାନଗିରି: ଖୁବ ଶୀଘ୍ର ମାଲକାନଗିରିରୁ ଉଡ଼ିବ ବିମାନ । ଜାନୁଆରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ବିମାନବନ୍ଦରର ଶୁଭ ଉଦ୍‌ଘାଟ ହେବା ନେଇ ‘ଏକ୍ସ’ ମାଧ୍ୟମରେ ସୂଚନା ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ ତଥା ସ୍ୱତନ୍ତ୍ର ସଚିବ ଆର ଭିନିଲ କ୍ରିଷ୍ଣା ।

ମାଲକାରନଗିରି ଉପକଣ୍ଠରେ ଥିବା ବିମାନବନ୍ଦର ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିମାନ ବନ୍ଦର ରନୱେ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଥିବା ବେଳେ କେବଳ ରନୱେରେ ହ୍ୱାଇଟ୍ ମାର୍କିଂ ବା ଲାଇନିଂ ଓ ଜିପିଏସ୍ ପୋଜିସନିଂ କାମ ଜାରି ରହିଛି । ଏହା ବ୍ୟତୀତ ଟର୍ମିନାଲ ଠାରୁ ଆରମ୍ଭ କରି ଯାତ୍ରୀ ବିଶ୍ରାମଗାର ସହ ରନୱେ ଓ ଏୟାରପୋର୍ଟକୁ ସଂଯୋଗ କରୁଥିବା ଆପ୍ରୋଚ୍ ରୋଡ୍ ନିମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ମାଲକାନଗିରି ବିମାନ ବନ୍ଦରର ରନୱେ ଲମ୍ବ ୧୬ ଶହ ୨୦ ମିଟର ହୋଇଥିବା ବେଳେ ଓସାର ୩୦ ମିଟର ରହିଛି । ଆବଶ୍ୟକ ହେଲେ ଏହାକୁ ୩ କିମି ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇପାରେ । ଖୁବ୍ ଶୀଘ୍ର ରନ୍ ୱେର ଟ୍ରାଏଲ ରନ୍ କରିବା ଲାଗି ସ୍ଥିର ହୋଇଥିବା ବେଳେ ଧାର୍ଯ୍ୟ ସମୟ ସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଦିନ ରାତି ଏକ କରିଦେଇଛି ପ୍ରଶାସନ ।

Get real time updates directly on you device, subscribe now.