fbpx

Airtel ଆଣିଲା ଶସ୍ତା ରିଚାର୍ଜ ପ୍ଲାନ: JIO ଅପେକ୍ଷା କମ୍ ମୂଲ୍ୟରେ ୩୬୫ ଦିନର ଭ୍ୟାଲିଡିଟି

ନୂଆଦିଲ୍ଲୀ: କିଛି ଦିନ ତଳେ ବିଭିନ୍ନ ଟେଲିକମ୍ କମ୍ପାନୀ ରିଚାର୍ଜ ପ୍ଲାନ ବୃଦ୍ଧି କରିଛନ୍ତି । ଏହାପରେ ୟୁଜର ବର୍ଦ୍ଧିତ ପ୍ଲାନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜିଓ, ଏୟାରଟେଲ ଏବଂ ଭିଆଇ ରିଚାର୍ଜ ପ୍ଲାନ ମହଙ୍ଗା କରିବା ପରେ ଚିନ୍ତାରେ ପଡ଼ିଛନ୍ତି ୟୁଜର । ତେବେ ବର୍ତ୍ତମାନ ଏୟାରଟେଲ ୟୁଜରମାନଙ୍କ ପାଇଁ ଏକ ଶସ୍ତା ପ୍ଲାନ ଆକ୍ଟିଭ କରିଛି । କମ୍ ମୂଲ୍ୟରେ ୧ ବର୍ଷ ପାଇଁ ଭ୍ୟାଲିଡିଟି ସହ ନୂଆ ପ୍ଲାନ ଆଡ୍ କରିଛି ଏୟାରଟେଲ । ଏଣିକି ଜିଓଠାରୁ ବି କମ୍ ଖର୍ଚ୍ଚରେ ବର୍ଷକ ପର୍ଯ୍ୟନ୍ତ ବିଭିନ୍ନ ସୁବିଧା ପାଇପାରିବେ ୟୁଜର ।

ଏୟାରଟେଲର ପୋର୍ଟଫୋଲିଓରେ ୧ ବର୍ଷର ଭ୍ୟାଲିଡିଟି ପାଇଁ ଅନେକ ଗୁଡ଼ିଏ ପ୍ଲାନ ରହିଛି । କିନ୍ତୁ ଏସବୁ ଭିତରେ ଏକ ଏମିତି ପ୍ଲାନ ରହିଛି, ଯାହା ୟୁଜରଙ୍କୁ ବେଶ୍ ପସନ୍ଦ ଆସିପାରେ । ମାତ୍ର ୧,୯୯୯ ଟଙ୍କା ପ୍ଲାନରେ ୧ ବର୍ଷ ପର୍ଯ୍ୟନ୍ତ ଭ୍ୟାଲିଡିଟି ମିଳିପାରିବ । ଏହା ସବୁଠାରୁ ଶସ୍ତା ବର୍ଷିକିଆ ରିଚାର୍ଜ ପ୍ଲାନ । ଏହି ପ୍ଲାନରେ ୩୬୫ ଦିନ ପାଇଁ ଅନଲିମିଟେଡ କଲ୍ ସୁବିଧା ପାଇପାରିବେ ୟୁଜର । ନିଜ ଏୟାରଟେଲ ନମ୍ବରରୁ ଯେକୌଣସି ନେଟୱର୍କକୁ ବର୍ଷକ ପର୍ଯ୍ୟନ୍ତ ୟୁଜରମାନେ ମାଗଣା କଲ୍ କରିପାରିବେ । ଏହାସହିତ ଦୈନିକ ୧୦୦ ଏସଏମଏସ ମଧ୍ୟ ମିଳିଥାଏ ।

ଏହାବ୍ୟତୀତ ଏହି ରିଚାର୍ଜ ପ୍ଲାନରେ ୟୁଜରଙ୍କୁ ୨୪ ଜିବି ଡାଟା ପ୍ରଦାନ କରିଥାଏ ଏୟାରଟେଲ କମ୍ପାନୀ । ତେବେ ୟୁଜର ଚାହିଁଲେ, ଅତିରିକ୍ତ ଡାଟା ମଧ୍ୟ କିଣିପାରିବେ । ଏଥିପାଇଁ ୟୁଜରମାନଙ୍କୁ ଡାଟା ଭାଉଚର ବ୍ୟବହାର କରିବାକୁ ପଡ଼ିବ । କମ୍ ଡାଟା ଏବଂ ଅଧିକ ଭ୍ୟାଲିଡିଟି ଚାହୁଁଥିବା ୟୁଜରମାନଙ୍କ ପାଇଁ ଏହି ପ୍ଲାନ ବେଶ୍ ଉପଯୋଗୀ ହୋଇପାରେ । ଏହି ପ୍ଲାନ ସହିତ ୟୁଜରଙ୍କୁ ଆଡିସନାଲ ବେନିଫିଟ୍ସ ମଧ୍ୟ ମିଳିଥାଏ । ଏଥିରେ ୟୁଜରଙ୍କୁ ୩ ମାସ ପାଇଁ Apollo 24|7 Circle ମାଗଣା ସବସ୍କ୍ରିପ୍ସନ ମିଳିଥାଏ । ଏହାବ୍ୟତୀତ ଏହି ପ୍ଲାନରେ ୟୁଜରଙ୍କ ପାଇଁ Free Hello Tune on Wynk ଏବଂ Wynk Music ଇତ୍ୟାଦି ସୁବିଧା ମଧ୍ୟ ଉପଲବ୍ଧ ହୋଇପାରିବ ।

Get real time updates directly on you device, subscribe now.