fbpx

୩୦ ଦିନର ଭାଲିଡିଟି ସାଙ୍ଗକୁ ୫ଜି ଡାଟା, ମାତ୍ର ଏତିକି ଟଙ୍କାରେ କରନ୍ତୁ ରିଚାର୍ଜ

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଏୟାରଟେଲ ୟୁଜର୍ସ ଅଟନ୍ତି ଓ ୩୦ ଦିନର ଭାଲିଡିଟି ଯୁକ୍ତ ପ୍ଲାନ ଚାହୁଁଛନ୍ତି ତେବେ ଆପଣ ୨୯୬ଟଙ୍କାରେ ନିଜ ନମ୍ବରକୁ ରିଚାର୍ଜ କରନ୍ତୁ । ଏହି ପ୍ଲାନରେ ଭଲ ଭ୍ୟାଲିଡିଟି ସହିତ ଅନଲିମିଟେଡ୍ ୫ଜି ଡାଟା ମଧ୍ୟ ମିଳିଥାଏ । ଏଥିରେ କମ୍ପାନୀ ୟୁଜର୍ସଙ୍କୁ ୩୦ ଦିନ ପର୍ଯ୍ୟନ୍ତ କୌଣସି ବି ନେଟୱାର୍କରେ ମାଗଣାରେ କଲ୍ କରିବାକୁ ସୁବିଧା ଦେଇଥାଏ ।

ଏୟାରଟେଲର ୨୯୬ ଟଙ୍କିଆ ପ୍ରିପେଡ୍ ପ୍ଲାନରେ ମୋଟ ୨୫ଜିବି ଡାଟା ଅଫର ମିଳିବ । ସବୁଠାରୁ ବଡ କଥା ହେଉଛି ଏଥିରେ ମିଳିବାକୁ ଯାଉଥିବା ଡାଟାରେ କୌଣସି ପ୍ରକାର ଡେଲି ଡାଟା ସୀମା ଧାର୍ଯ୍ୟ କରାଯାଇନାହିଁ । ଏହାର ଅର୍ଥ ଆପଣ ପୁରା ଡାଟାକୁ ନିଜ ସୁବିଧା ଅନୁସାରେ ବ୍ୟବହାର କରିପାରିବେ । ଆପଣ ଚାହିଁଲେ ପୁରା ଡାଟା ପ୍ୟାକ୍‌କୁ ଗୋଟିଏ ଦିନରେ କିମ୍ବା ୩୦ ଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ ।

ଏହା ବ୍ୟତିତ କମ୍ପାନୀ ପ୍ରତିଦିନ ୟୁଜର୍ସଙ୍କୁ ୧୦୦ ଏସଏମଏସର ଫାଇଦା ଦେଇଥାଏ । ଯଦି ଆପଣ ୫ଜି ନେଟୱାର୍କରେ ରହୁଛନ୍ତି ତେବେ ଏହି ପ୍ଲାନରେ ଅନଲିମିଟେଡ୍ ୫ଜି ଡାଟାର ଲାଭ ଉଠାଇପାରିବେ । ଏହା ବ୍ୟତିତ କମ୍ପାନୀ ୱାଙ୍କ ମ୍ୟୁଜିକ ସବସ୍କ୍ରିପସନ ସୁବିଧା ବି ପ୍ରଦାନ କରିଥାଏ ।

Get real time updates directly on you device, subscribe now.