fbpx

ଫ୍ଲାଏ ଓଭରରେ ଝୁଲି ଅଜଣା ବ୍ୟକ୍ତିଙ୍କ ଆତ୍ମହତ୍ୟା, ଭାଇରାଲ ହେଉଛି ଝୁଲନ୍ତା ଅବସ୍ଥାର ଭିଡିଓ

ମୁମ୍ବାଇ: (ଓଡ଼ିଶା ଭାସ୍କର) ଦିନକୁ ଦିନ ସମାଜରେ ଅତ୍ମହତ୍ୟା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଅଧିକାଂଶ ଏହା ଯୁବ ପିଢି ମାନଙ୍କ ମଧ୍ୟରେ ଦେଖିବାଖୁ ମିଳୁଛି । ଆତ୍ମହତ୍ୟାର ଏକ ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି । ମୁମ୍ବାଇର ବାନ୍ଦ୍ରା ଫ୍ଲାଏ ଓଭରରେ ଜଣେ ଅଜଣା ବ୍ୟକ୍ତି ଆତ୍ମହତ୍ୟା କରିଥିବାର ଆଶ୍ଚର୍ଯ୍ୟଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓ କୁ ଅନେକ ସେୟାର କରୁଥିବା ଦେଖିବାକୁ ମିଳୁଛି । ଏହି ଭିଡିଓରେ ସ୍ଫଷ୍ଟ ଦେଖିବାକୁ ମିଳୁଛି ଯେ ବ୍ୟକ୍ତି ଜଣକ କିଭଳି ବେକରେ ଦଉଡ଼ି ବାନ୍ଧି କିଭଳି ଝୁଲନ୍ତା ଅବସ୍ଥାରେ ଅଛନ୍ତି । ତେବେ ବ୍ୟକ୍ତି ଜଣକ ବେକରେ ଦଉଡ଼ି ବାନ୍ଧି ଫ୍ଲାଏ ଓଭରରୁ ଡେଇଁ ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି । ସେପଟେ ଏହି ଭିଡିଓକୁ ନେଇ ତତ୍ପର ହୋଇ ଉଠିଛି ମୁମ୍ବାଇ ପୋଲିସ୍ । ତେବେ ଏହି ମାମଲାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ ସୂଚନା ଦେଇଛି ମୁମ୍ବାଇ ପୋଲିସ ।

Get real time updates directly on you device, subscribe now.