fbpx

ଅଭିଷେକଙ୍କ ସହ ଫିଲ୍ମ କରିବାକୁ ମନା କରିଥିଲେ ଐଶ୍ୱର୍ଯ୍ୟା, କାହିଁକି? ସତ ସତ କହିଲେ ନୀଳନୟନା

ଓଡ଼ିଶା ଭାସ୍କର: ବଲିଉଡର ନୀଳନୟନା ଐଶ୍ୱର୍ଯ୍ୟା ରୟ ଅନେକ ସୁପରହିଟ ଏବଂ ବ୍ଲକବଷ୍ଟର ଫିଲ୍ମ କରିଛନ୍ତି । ସେ ପ୍ରତ୍ୟେକ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ଥିଲେ । ଅନେକ ସଫଳ ଚଳଚ୍ଚିତ୍ର ଅଛି ଯାହା ତାଙ୍କୁ ଦିଆଯାଉଥିଲା କିନ୍ତୁ ସେ ଏହି ଫିଲ୍ମ କରିବାକୁ ସ୍ପଷ୍ଟ ଭାବରେ ମନା କରିଦେଇଥିଲେ ଏବଂ କିଛି ଫିଲ୍ମ ଥିଲା ଯାହା ସେ କରିବାକୁ ଚାହୁଁଥିଲେ କିନ୍ତୁ କିଛି ବାଧ୍ୟବାଧକତା କାରଣରୁ ମନା କରିଦେଥିଲେ । ତାଙ୍କୁ ୨୦୧୪ରେ ମୁକ୍ତିଲାଭ କରିଥିବା କମେଡି ଆକ୍ସନ ଫିଲ୍ମ ‘Happy New Year’ କରିବାକୁ ଅଫର ମିଳିଥିଲା କିନ୍ତୁ ଅଭିଷେକ ବଚ୍ଚନଙ୍କ କାରଣରୁ ସେ ଫିଲ୍ମକୁ ମନା କରିଦେଇଥିଲେ । ସେହି କାରଣ କ’ଣ, ଅଭିନେତ୍ରୀ ନିଜେ ପ୍ରକାଶ କରିଛନ୍ତି ।

ଅଭିନେତ୍ରୀ ଅଭିଷେକ ବଚ୍ଚନଙ୍କ ସହ ଅନେକ ଚଳଚ୍ଚିତ୍ର କରିଛନ୍ତି, ତେବେ ଫରାହ ଖାନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ହାପି ନ୍ୟୁ ଇୟର’ କରିବାକୁ ସେ କାହିଁକି ମନା କରିଦେଲେ? ଏକ ସାକ୍ଷାତକାର ସମୟରେ ଅଭିନେତ୍ରୀ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି । ସେ ଅଭିଷେକ ବଚ୍ଚନଙ୍କୁ ଫିଲ୍ମ ଛାଡିବାର କାରଣ କହିଛନ୍ତି । ସେ କ’ଣ କହିଥିଲେ ଆମେ ଆପଣଙ୍କୁ କହିବାକୁ ଯାଉଛୁ… । ଅଭିନେତ୍ରୀ ଦେଇଥିବା ଏକ ସାକ୍ଷାତକାରରେ ଏହି ଚଳଚ୍ଚିତ୍ରର ଅଫର ବିଷୟରେ କହିଥିଲେ । ସେ କହିଥିଲେ, ହଁ, ମୋତେ ଫିଲ୍ମ ଅଫର କରାଯାଇଥିଲା ଏବଂ ଯଦି ମୁଁ ଏଥିରେ କାମ କରିଥା’ନ୍ତି, ତେବେ ଏହା ଏକ ମଜାଦାର ଯାତ୍ରା ପରି ହୋଇଥାନ୍ତା । ଏହା ବହୁତ ମଜା ହୋଇଥାନ୍ତା, କିନ୍ତୁ ଏହା ମୋ ଏବଂ ଅଭିଷେକ ବଚ୍ଚନଙ୍କ ପାଇଁ କାମ କାମ କରିନଥିଲା । କାରଣ ଫିଲ୍ମରେ ଆମ ଯୋଡି ଏକାଠି ନଥାନ୍ତା ।

ଫିଲ୍ମରେ ଶାହାରୁଖଙ୍କ ବିପକ୍ଷରେ ଦୀପିକା ପାଦୁକୋନ ଅଭିନୟ କରିଥିଲେ । ଫିଲ୍ମରେ କେବଳ ଜଣେ ମହିଳା ଲିଡ ଥିଲେ ଏବଂ ଅଭିଷେକଙ୍କ ବିପକ୍ଷରେ କେହି ନାହାଁନ୍ତି । ଏହା ମୋର ଏବଂ ଅଭିଷେକଙ୍କ ପାଇଁ ଏହା ଅତ୍ୟନ୍ତ ଅଦ୍ଭୁତ ହୋଇଥାନ୍ତା କାହିଁକି ନା ମୁଁ ଏହି ଫିଲ୍ମରେ ଥା’ନ୍ତି କିନ୍ତୁ ମୋର ଯୋଡି ଅନ୍ୟ କାହା ସହିତ ଥାନ୍ତା । ତେଣୁ ଫିଲ୍ମର କାହାଣୀ ଶୁଣିବା ପରେ ମୁଁ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲି ।

Get real time updates directly on you device, subscribe now.