fbpx
BJD SKY
BJD SKY

କଂଗ୍ରେସରେ ଯୋଗ ଦେଲେ ଅଜୟ ନିଶାଦ, ବିଜେପି ବିରୋଧରେ କରିଛନ୍ତି ଗୁରୁତର ଅଭିଯୋଗ

BJD

ପାଟନା: ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ଦଳବଦଳ ପ୍ରକ୍ରିୟା ମଧ୍ୟରେ ବିହାରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରାଜ୍ୟର ମୁଜାଫରପୁର ଲୋକସଭା ଆସନରୁ ବିଜେପି ସାଂସଦ ଅଜୟ ନିଶାଦ ଦଳ ତ୍ୟାଗ କରି କଂଗ୍ରେସରେ ଯୋଗ ଦେଇଛନ୍ତି । ଏହା ସହ ମୁଜାଫରପୁର ଲୋକସଭା ଆସନରୁ ଟିକେଟ କଟିବା ନେଇ ବିଜେପି ଉପରେ ପ୍ରତାରଣାର ଅଭିଯୋଗ କରିଛନ୍ତି ।

ବିଜେପି ସାଂସଦ ଅଜୟ ନିଶାଦ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ‘ଆଦରଣୀୟ ଜେପି ନଡ୍ଡା ଜୀ, @BJPIndia କରିଥିବା ଛଳନାରୁ କ୍ଷୁବ୍ଧ ହୋଇ ଦଳର ସମସ୍ତ ପଦ ସହ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି ।’

Get real time updates directly on you device, subscribe now.