fbpx
BJD SKY
BJD SKY

ଛତିଶଗଡରେ ନକ୍ସଲଙ୍କ ପାଇଁ ବଡ ଅପରେସନ୍: ଏପର୍ଯ୍ୟନ୍ତ ୯ ନିହତ, ଏନକାଉଣ୍ଟର ଜାରି

BJD

ନୂଆଦିଲ୍ଲୀ: ଛତିଶଗଡର ବିଜାପୁରରେ ସୁରକ୍ଷା ବାହିନୀଙ୍କ ଦ୍ୱାରା କରାଯାଇଥିବା ଏନକାଉଣ୍ଟରରେ ୯ ନକ୍ସଲଙ୍କ ମୃତ୍ୟୁ ଘଟିଛି ଏବଂ ଏବେବି ଏନକାଉଣ୍ଟର ଜାରି ରହିଛି । ମଧ୍ୟପ୍ରଦେଶର ବାଲାଘଟରେ ମଧ୍ୟ ଦୁଇ ନାମୀ ନକ୍ସଲଙ୍କୁ ସୁରକ୍ଷା ବାହିନୀ ହତ୍ୟା କରିଛନ୍ତି ।

ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ବସ୍ତର ରେଞ୍ଜ ଇନ୍ସପେକ୍ଟର ପୋଲିସ ସୁନ୍ଦରରାଜ ପି କହିଛନ୍ତି ଯେ, ସକାଳ ପ୍ରାୟ ସାଢ଼େ ୬ ଟା ବେଳେ ଗଙ୍ଗାଲୁର ପୋଲିସ ଷ୍ଟେସନ ପରିସରରେ ଥିବା ଲେନ୍ଦ୍ର ଗ୍ରାମ ନିକଟ ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଥିଲା ।

ସେ କହିଛନ୍ତି ଯେ ଜିଲ୍ଲା ରିଜର୍ଭ ଗାର୍ଡ, ସ୍ପେଶାଲ ଟାସ୍କ ଫୋର୍ସ, ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ଏବଂ କମାଣ୍ଡୋ ବାଟାଲିୟନ ଫର ରିଜୋଲ୍ୟୁଟ ଆକ୍ସନ (ସିଓବିଆରଏସ) ର ଟିମ୍ ଏହି ଅପରେସନ୍ କରିଛନ୍ତି । ଅଧିକାରୀ କହିଛନ୍ତି ଯେ, ଗୁଳି ବିନିମୟ ପରେ ଘଟଣାସ୍ଥଳରୁ ଚାରିଜଣ ନକ୍ସଲଙ୍କ ମୃତଦେହ, ଲାଇଟ୍ ମେସିନ ବନ୍ଧୁକ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି । ଗଙ୍ଗାଲୁର ପୋଲିସ ଷ୍ଟେସନ ପରିସରର କୋରଖୋଲି ଏବଂ ଲେଣ୍ଡ୍ରା ଜଙ୍ଗଲରେ ଏହି ଏନକାଉଣ୍ଟର ଜାରି ରହିଛି ।

Get real time updates directly on you device, subscribe now.