fbpx
BJD SKY
BJD SKY

ଗୌତମ ଅଦାନୀ ନିଜ ନାତୁଣୀକୁ ଧରି କହିଲେ- ଏହି ଆଖିର ଜ୍ୟୋତି ସାମ୍ନାରେ ଧନ ସଂପତ୍ତି କିଛି ନୁହେଁ

BJD

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ ଲୋକଙ୍କ ତାଲିକାରେ ସାମିଲ ଭାରତର କୋଟିପତି ଏବଂ ଅଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଅଦାନୀଙ୍କ କ୍ୟାଣ୍ଡିଡ ମୋମେଣ୍ଟ ସାମ୍ନାକୁ ଆସିଛି । ଗୌତମ ଅଦାନୀ ଆଜି ଏକ୍ସର ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଏକ ଶିଶୁକୁ ଧରି ଗେହ୍ଲା କରୁଥିବା ନଜର ଆସିଛି ।

ଗୌତମ ଅଦାନୀ ଆଜି ସକାଳୁ ଏକ ଏକ୍ସ ପୋଷ୍ଟ ଜରିଆରେ ନିଜ ବ୍ୟକ୍ତିତ୍ୱର ଅନ୍ୟ ରୂପ ଦେଖାଇଛନ୍ତି । ଏଥିସହ ସେ ନିଜ ନାତୁଣୀକୁ କୋଳରେ ଧରିଥିବାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଗୌତମ ଅଦାନୀ ନିଜ ନାତୁଣୀ ବିଷୟରେ କହିଛନ୍ତି ଯେ, କୌଣସି ବି ଧନ ସଂପତ୍ତି ଏହି ଆଖିର ଚମକ ସହ ବରାବର ହୋଇପାରିବ ନାହିଁ । କୋଟିପତି ବିଜନେସ ମ୍ୟାନ ଏକ୍ସରେ ନିଜ ୧୪ ମାସର ନାତୁଣୀ କାବେରୀଙ୍କ ଫଟୋ ସହ ଏକ ପୋଷ୍ଟରେ ଏହି କଥା କହିଛନ୍ତି ।

ତେବେ ଏହି ଫଟୋ ୨୧ ମାର୍ଚ୍ଚରେ ଲଣ୍ଡନର ସାଇନ୍ସ ମ୍ୟୁଜିୟମରେ ନ୍ୟୁ ଅଦାନୀ ଗ୍ରୀନ ଏନର୍ଜି ଗ୍ୟାଲେରୀରେ ନିଆଯାଇଛି । ଏକ କାର୍ଯ୍ୟକ୍ରମରେ ଗୌତମ ଅଦାନୀ କହିଥିଲେ ଯେ, ‘ନିଜ ନାତୁଣୀମାନଙ୍କ ସହ ମୋତେ ସମୟ ବିତାଇବାକୁ ଭଲ ଲାଗେ । ଏଥିରେ ସମସ୍ତ ଚିନ୍ତା ଦୂର ହୋଇଯାଏ । ମୋର କେବଳ ଦୁଇଟି ଦୁନିଆ କାମ ଏବଂ ପରିବାର । ମୋ ପାଇଁ ପରିବାର ଶକ୍ତିର ଉତ୍ସ ଅଟେ ।’

Get real time updates directly on you device, subscribe now.