fbpx

ଗ୍ରୀନ ପାର୍କ ଟେଷ୍ଟରେ ରାହାଣେ କ୍ୟାପଟେନ୍; କୋହଲିଙ୍କ ସମେତ ୪ ଖେଳାଳିଙ୍କୁ ବିଶ୍ରାମ

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଅଧିନାୟକତ୍ୱ ଭାର ସମ୍ଭାଳିବେ ଆଜିଙ୍କ୍ୟ ରାହାଣେ । ଦୁଇମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ପ୍ରଥମ ମ୍ୟାଚରୁ ପ୍ରଥମ ମ୍ୟାଚରୁ କୋହଲିଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଥିଲା ବିସିସିଆଇ । ଏହା ସହିତ ପ୍ରଥମ ଟେଷ୍ଟରେ ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କୁ ଅଧିନାୟକ କରାଯିବ ବୋଲି ଜଣାପଡିଛି । କୋହଲିଙ୍କ ବ୍ୟତିତ ନବନିଯୁକ୍ତ ସୀମିତ ଓଭର ଅଧିନାୟକ ରୋହିତ ଶର୍ମାଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି ।
ଦୁଇ ପେସ ବୋଲର ଜସପ୍ରୀତ ବୁମରା, ମହମ୍ମଦ ଶାମିଙ୍କ ସହିତ ୱିକେଟ କିପର ଋଷଭ ପନ୍ତଙ୍କୁ ମଧ୍ୟ ବିଶ୍ରାମ ଦେଇଛନ୍ତି ଚୟନକର୍ତ୍ତା । ଦୁଇ ପେସ ବୋଲରଙ୍କୁ ପୂର୍ବରୁ ଟି-୨୦ ସିରିଜରୁ ମଧ୍ୟ ବିଶ୍ରାମ ଦିଆଯାଇଥିଲା । ପ୍ରଥମ ଟେଷ୍ଟ ନଭେମ୍ବର ୨୫-୨୯ ମଧ୍ୟରେ କାନପୁରର ଗ୍ରୀନପାର୍କ ଷ୍ଟାଡିୟମରେ ଖେଳାଯିବ । ଏହା ପରେ ୱାଙ୍ଖେଡେ ଷ୍ଟାଡିୟମରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ ଯେଉଁଥିରେ କୋହଲି ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି ।

Get real time updates directly on you device, subscribe now.