ନିଜ ଆପାର୍ଟମେଣ୍ଟକୁ ଦ୍ୱିଗୁଣା ମୂଲ୍ୟରେ ବିକ୍ରି କଲେ ଅକ୍ଷୟ କୁମାର, ପାଇଲେ ୭୮%ର ଲାଭ
ଅକ୍ଷୟ କୁମାର ନିଜର ଆପାର୍ଟମେଣ୍ଟକୁ ଦ୍ୱିଗୁଣା ମୂଲ୍ୟ ବିକ୍ରି କରି ମାଲାମାଲ ହୋଇଯାଇଛନ୍ତି। ତାଙ୍କୁ ୭୮ ପ୍ରତିଶତର ଲାଭ ମିଳିଛି।
ମୁମ୍ବାଇ: ବଲିଉଡର ଖିଲାଡି କୁମାର ଅର୍ଥାତ ଅକ୍ଷୟ କୁମାର ନିଜ ଅଭିନୀତ ଫିଲ୍ମ ‘ସ୍କାଏ ଫୋର୍ସ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମ ଶୁକ୍ରବାର ୨୪ ଜାନୁଆରୀରେ ରିଲିଜ ହୋଇଛି।
ସ୍କାଏ ଫୋର୍ସକୁ ଦର୍ଶକଙ୍କ ଠାରୁ ଭଲ ରେସ୍ପନ୍ସ ମିଳିଛି। ଏହାରି ମଧ୍ୟରେ ଅଭିନେତା କୋଟି କୋଟି ଟଙ୍କା ରୋଜଗାର ବି କରିଛନ୍ତି। ଅକ୍ଷୟ ନିଜ ଆପାର୍ଟମେଣ୍ଟକୁ ଡବଲ ରେଟରେ ବିକ୍ରି କରିଛନ୍ତି।
ଦ୍ୱିଗୁଣାରେ ବିକ୍ରି କଲେ ଆପାର୍ଟମେଣ୍ଟ: ରିପୋର୍ଟ ମୁତାବକ, ଅକ୍ଷୟ କୁମାର ନଭେମ୍ବର ୨୦୧୭ରେ ୨.୩୮ କୋଟି ଟଙ୍କାରେ ଏହି ଆପାର୍ଟମେଣ୍ଟ କିଣିଥିଲେ ଏବଂ ସେ ୪.୨୫ କୋଟି ଟଙ୍କାରେ ବିକ୍ରି କରିଛନ୍ତି, ଯାହା ମୂଲ୍ୟରେ ୭୮ ପ୍ରତିଶତର ବୃଦ୍ଧିକୁ ଦର୍ଶାଉଛି।
ଅକ୍ଷୟ କୁମାରଙ୍କ ଦ୍ୱାରା ବିକ୍ରି କରାଯାଇଥିବା ଏହି ଆପାର୍ଟମେଣ୍ଟ ୧,୦୭୩ ସ୍କେ୍ୱୟାର ଫୁଟ ଅଞ୍ଚଳରେ ପ୍ରସାରିତ ହୋଇଛି। ଏଥିରେ ଦୁଇଟି କାର ରଖିବାକୁ ପାର୍କିଂ ମଧ୍ୟ ରହିଛି। ଏହି କାରବାରରେ ୨୫.୫ ଲକ୍ଷ ଟଙ୍କାର ଷ୍ଟାଫ ଶୁଳ୍କ ପେମେଣ୍ଟ ଏବଂ ୩୦ ହଜାର ଟଙ୍କାର ରେଜିଷ୍ଟ୍ରେସନ ଫିସ ମଧ୍ୟ ଦିଆଯାଇଛି।