ଅକ୍ଷୟ ତୃତୀୟା କିଣାକିଣିକୁ ନେଇ ଚିନ୍ତାରେ ଅଛନ୍ତି କି… ଜାଣନ୍ତୁ ଆପଣ କ’ଣ କିଣିଲେ ମିଳିବ ଲକ୍ଷ୍ମୀଙ୍କ କୃପା
ଆସୁଛି ଅକ୍ଷୟ ତୃତୀୟା । ମେଷଠାରୁ ମୀନ ରାଶି ପର୍ଯ୍ୟନ୍ତ ରାଶିର ଲୋକେ କ’ଣ କିଣିବେ ।
ଓଡ଼ିଶା ଭାସ୍କର: ଏପ୍ରିଲ ୩୦ତାରିଖରେ ପାଳନ କରାଯିବ ଅକ୍ଷୟ ତୃତୀୟା । ଏହି ଦିନ ଯେ କୌଣସି ଶୁଭ କାମ ଆରମ୍ଭ କଲେ ତାହା ବର୍ଷ ତମାମ ଜାରି ରୁହେ ବୋଲି ବିଶ୍ୱାସ ରହିଛି । ଏହି ଦିନ ସୁନା କିଣିଲେ ଅତ୍ୟନ୍ତ ଶୁଭ ବୋଲି ଅନେକ କୁହନ୍ତି ।
ସୁନାକୁ ମା’ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମାନ୍ୟତା ରହିଛି । ଅକ୍ଷୟ ତୃତୀୟା ଦିନ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି । ଚଳିତ ବର୍ଷ ଅକ୍ଷୟ ତୃତୀୟାରେ କେଉଁ ରାଶି କେଉଁ ସୁନା କିଣିଲେ ଶୁଭ ସେ ବିଷୟରେ ଆଲୋଚନା କରିବା ।
ମେଷ: ଏହି ଦିନ ମେଷ ରାଶିର ଲୋକେ ସୁନା ମୁଦି କିଣିଲେ ଅତ୍ୟନ୍ତ ଶୁଭ । ସୁନା ମୁଦି ପିନ୍ଧିବା ଦ୍ୱାରା ସୂର୍ଯ୍ୟଙ୍କ ପ୍ରଭାବ ବଢ଼ିଥାଏ ।
ବୃଷ: ଏହି ରାଶିର ବ୍ୟକ୍ତିମାନଙ୍କ ସ୍ୱାମୀ ହେଲେ ଶୁକ୍ର । ବୃଷ ରାଶିର ବ୍ୟକ୍ତିମାନେ ରୁପା ଜିନିଷ କିଣିବା ଶୁଭଙ୍କର । ଏହାଦ୍ୱାରା ଶୁକ୍ର ମଜଭୁତ ହୋଇଥାନ୍ତି ।
ମିଥୁନ: ଅକ୍ଷୟ ତୃତୀୟାରେ ମିଥୁନ ରାଶିର ବ୍ୟକ୍ତି ଚେନ୍ କିଣିବା ଶୁଭଙ୍କର । ଅଳ୍ପ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁତିରେ ସୁନା କାନଫୁଲ କିଣିପାରିବେ ।
କର୍କଟ: କର୍କଟ ରାଶିର ଲୋକଙ୍କ ପାଇଁ ସୁନା ଅପେକ୍ଷା ରୁପା କିଣିବା ଭଲ ଫଳ ଦିଏ ।ଚାନ୍ଦିର ଚେନ୍ ବ୍ରେସଲେଟ୍ କିଣିଲେ ଭଲ । ରୁପା କିଣିବା ଦ୍ୱାରା ମାନସିକ ଶାନ୍ତି ମିଳେ ।
ସିଂହ: ଏହି ରାଶିର ଲୋକ ଅକ୍ଷୟ ତୃତୀୟା ଦିନ ସୁନା ଚେନ କିମ୍ବା ହାର କିଣିବା ଶୁଭଙ୍କର ।
କନ୍ୟା: ଅକ୍ଷୟ ତୃତୀୟାରେ ସୁନା ଚୁଡ଼ି, ନୋଥ, ମୁଦି କିଣିଲେ ଭଲ । ସୁନା କିଣିଲେ ଏହି ରାଶିର ଲୋକଙ୍କ ଗ୍ରହ ଦୋଷ କଟିଥାଏ ।
ତୁଳା: ତୁଳା ରାଶିର ଲୋକମାନେ ଅକ୍ଷୟ ତୃତୀୟାରେ ଗୋଟ ମୁଦି କିଣି ମା’ ଲକ୍ଷ୍ମୀଙ୍କ ପାଖରେ ପୂଜା କରି ନିଜେ ଆଣି ପିନ୍ଧିବା ଭଲ । ଏହାଦ୍ୱାରା ପତିପତ୍ନୀଙ୍କ ସମ୍ପର୍କ ମଜଭୁତ ହୋଇଥାଏ ।
ବିଛା: ଏହି ପବିତ୍ର ଦିନରେ ବିଛା ରାଶିର ଲୋକମାନେ ସୁନାର ନୋଥ, ମୁଦି କିଣିପାରିବେ । ବିଛା ରାଶିର ସ୍ୱାମୀ ଗ୍ରହ ହେଲେ ମଙ୍ଗଳ, ଯାହାଙ୍କ ପ୍ରିୟ ସୁନା । ଏହାଦ୍ୱାରା ଗ୍ରହ ଦୋଷ ସବୁ କଟିଯାଏ ବୋଲି କୁହାଯାଏ ।
ଧନୁ: ଏହି ରାଶିର ଲୋକମାନେ ସୁନା ପିନ୍ଧିବା ଲାଭଦାୟକ । ଏହି ରାଶିର ସ୍ୱାମୀ ହେଲେ ବୃହସ୍ପିତି, ଯାହାଙ୍କୁ ସୁନା ଅତ୍ୟନ୍ତ ପ୍ରିୟ । ଏହି ଦିନ ସୁନା ଚେନ୍, ସିନ୍ଥି, ଚୁଡ଼ି, ହାର କିଣିବା ଭଲ ।
ମକର/କୁମ୍ଭ: ମକର ରାଶିର ସ୍ୱାମୀ ଶନି । କୁମ୍ଭ ଓ କମର ରାଶିର ଲୋକମାନେ ଚାନ୍ଦିର କଡ଼ା କିମ୍ବା ଯେକୌଣସି ଅଳଙ୍କାର କିଣିପାରିବେ । ସୁନା ପିନ୍ଧିବା ଏହି ରାଶିର ଲୋକଙ୍କ ପାଇଁ ଭଲ ହୋଇ ନ ଥାଏ ।
ମୀନ: ଏହି ରାଶି ବୃହସ୍ପତିଙ୍କର । ଅକ୍ଷୟ ତୃତୀୟାରେ ମୀନ ରାଶିର ବ୍ୟକ୍ତି ସୁନା ଚୁଡ଼ି, ହାର, ଚେନ ଏବଂ ରୁପା ପାଉଁଜି କିଣିଲେ ଭଲ । ଏହାଦ୍ୱାରା ମା’ ଲକ୍ଷ୍ମୀ କୃପା କରନ୍ତି ।