ଭୁବନେଶ୍ୱର, ୧୪ା୩ (ଓଡିଶା ଭାସ୍କର): ୧୨ ବର୍ଷ ପରେ ଓଡ଼ିଆ ଆଲବମ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ମାମଲାର ଅଭିଯୁକ୍ତ ଧରାପଡ଼ିଛି । । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୋଜନାବଦ୍ଧ ଭାବେ ସୁମନ୍ତଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ୨୦୦୮ ମସିହା ଅକ୍ଟୋବର ୧୦ ତାରିଖରେ ଏକ ନାଳରୁ କାର ଭିତରୁ ସୁମନ୍ତଙ୍କ ମୃତଦେହ ମିଳିଥିଲା ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ମଞ୍ଚେଶ୍ୱର-ଚକେଇସିଆଣି ରାସ୍ତାରେ ଏହି ହତ୍ୟାକାଣ୍ଡ ହୋଇଥିଲା । ହତ୍ୟା କରି କାର ଭିତରେ ମୃତଦେହ ରଖି ଗାଡ଼ିକୁ ନାଳକୁ ଠେଲି ଦେଇଥିଲେ ଦୁର୍ବୃତ୍ତ । ପରିବାରଲୋକଙ୍କ ଅଭିଯୋଗକ୍ରମେ ପୋଲିସ ସେତେବେଳେ ହତ୍ୟା ମାମଲା ରୁଜୁ କରିଥିଲା । ଏହି ମାମଲାରେ ୨ ଜଣ କଳାକାରଙ୍କୁ ପୋଲିସ ଜେରା କରିଥିଲା । ଦୀର୍ଘ ୧୨ ବର୍ଷ ପରେ ଅଭିଯୁକ୍ତକୁ କମିଶନରେଟ୍ ପୋଲିସ ରାଜ୍ୟ ବାହାରୁ ଗିରଫ କରିଥିବା ଜଣାପଡ଼ିଛି । କିଛିଦିନ ପୂର୍ବରୁ ୨୨ ବର୍ଷ ପରେ ଅଞ୍ଜନା ମିଶ୍ର ହତ୍ୟା ମାମଲାର ଅଭିଯୁକ୍ତ ଗିରଫ ହୋଇଥିଲା । କମିଶନରେଟ ପୋଲିସ ପାଇଁ ଏହା ଏକ ବଡ଼ ସଫଳତା ବୋଲି କୁହାଯାଇଛି । ଆଜି ଅପରାହ୍ଣରେ କମିଶନରେଟ୍ ପୋଲିସ ଏହି ହତ୍ୟା ମାମଲାର ପର୍ଦ୍ଦାଫାଶ କରିବ ବୋଲି କୁହାଯାଇଛି ।