fbpx

Alexa ଆଉ ମାଗଣାରେ ଶୁଣିବନି ଆପଣଙ୍କ କଥା, AI ଭର୍ଜନ ଆସିବା ପରେ ଦେବାକୁ ପଡିବ ଏତିକି ଟଙ୍କା

Advertisement

ନୂଆଦିଲ୍ଲୀ: ଆମାଜନ ଖୁବଶିଘ୍ର ନିଜର ଫେମସ ଭଏସ ଆସିଷ୍ଟାଣ୍ଟ ଆଲେକ୍ସାରେ ଏକ ବଡ ପରିବର୍ତ୍ତନ ଆଣିବାକୁ ନେଇ ଯୋଜନା ଚଳାଇଛି । ଏହି ପରିବର୍ତ୍ତନ ଅନୁଯାୟୀ, ଆଲେକ୍ସାକୁ ଏକ ନୂଆ ଟେକନିକ, ଜେନେରେଟିବ ଏଆଇରୁ ଲେସ କରାଯିବ ଏବଂ ଏହାର ଦୁଇଟି ସେବା ସ୍ତର ରହିବ । ଏଥିରେ ଏକ ସେବା ପାଇଁ ଆପଣଙ୍କୁ ପ୍ରତି ମାସରେ ହାରାହାରି ୫ ଡଲାର(୪୧୭ ଟଙ୍କା) ରୁ ୧୦ (୮୩୬ ଟଙ୍କା) ଡଲାର ଦେବାକୁ ପଡିବ ।

ଏହି ନୂଆ ଭର୍ଜନ ମୁତାବକ, ଏହି ନୂଆ ଭର୍ଜନକୁ Banyan କୁହାଯାଉଛି । ସୂଚନା ଅନୁଯାୟୀ, ଏହା ଆଲେକ୍ସାର ପ୍ରଥମ ଅପଡେଟ ରହିବ, କାରଣ ଏହାକୁ ୨୦୧୪ ମସିହାରେ ଲଞ୍ଚ କରାଯିବା ପରେ ଏଥିରେ କୌଣସି ପରିବର୍ତ୍ତନ ହୋଇନଥିଲା ।

Remarkable Alexa ରେ ଜେନେରେଟିଭ ଏଆଇ ଜରିଆରେ କଥାବର୍ତ୍ତା କରିବାର କ୍ଷମତାକୁ ବଢାଯିବ । ଏହା କେବଳ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବ ନାହିଁ, ବରଂ ଆହୁରି ଅଧିକ ବ୍ୟକ୍ତିଗତ ଏବଂ ସଠିକ ସୂଚନା ପ୍ରଦାନ କରିବ । ପ୍ରିମିୟମ ସେବା ଅନୁଯାୟୀ, ଯାହା ମାସିକ ହାରାହାରି ୫ ଡଲାରରେ ଉପଲବ୍ଧି ହେବ । ଆପଣଙ୍କୁ ଆଲକ୍ସେର ପରଂପରାଗତ ସେବାଗୁଡିକରେ ଅଧିକ ଉନ୍ନତ ସୁବିଧାମାନ ମିଳିବ ।

Amazon ଏହି ଯୋଜନାକୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ପୂରା କରିବା ପାଇଁ ଜୋର ସୋରରେ ପ୍ରସ୍ତୁତି ଚଳାଇଛି । ସିଇଓ ଏଣ୍ଡି ଜସି ଏହି ପରିଯୋଜନାକୁ ଅଧିକ ଗୁରୁତ୍ୱଭାବେ ବିଶ୍ୱାସ କରନ୍ତି ଏବଂ ଏହାକୁ ସଫଳ କରିବା ବପାଇଁ ନିଜେ ଏଥିରେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.