fbpx

ବିବାହ ପରେ ପୁଣି ଥରେ ଚର୍ଚ୍ଚାରେ ଆଲିଆ, ଖୁବ୍‌ଶୀଘ୍ର ହଲିଉଡରେ କରିବେ ଡେବ୍ୟୁ…

ମୁମ୍ବାଇ: ନିକଟରେ ହାତକୁ ଦି ହାତ ହୋଇଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ସେ ତାଙ୍କ ବୟଫ୍ରେଣ୍ଡ ତଥା ଅଭିନେତା ରଣବୀର କପୁରଙ୍କ ସହ ନେଇଛନ୍ତି ବିବାହ କରିଛନ୍ତି । ଉଭୟଙ୍କ ବିବାହ ଟକ୍‌ ଅଫ୍‌ ଦା ଟାଉନ୍‌ ଥିଲା । ତେବେ ବିବାହ ପରେ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଆଲିଆ ଭଟ୍ଟ । ସେ ଫ୍ୟାନ୍‌ମାନଙ୍କ ସହ ସେୟାର କରିଛନ୍ତି ଗୁଡ୍‌ ନ୍ୟୁଜ୍‌ । ଏଥିସହ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ମଧ୍ୟ ସେ ଫ୍ୟାନ୍‌ମାନଙ୍କୁ କହିଛନ୍ତି । ପ୍ରକୃତରେ ବଲିଉଡ ପରେ ଏବେ ହଲିଉଡ ମୁହାଁ ହୋଇଛନ୍ତି ଆଲିଆ । ଖୁବ୍‌ଶୀଘ୍ର ସେ ତାଙ୍କ ହଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମର ସୁଟିଂ ପାଇଁ ଏବେ ବିଦେଶ ଗସ୍ତରେ ବାହାରିଛନ୍ତି ଆଲିଆ । ଯାହାର ଫଟୋକୁ ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି ।

 

 

View this post on Instagram

 

A post shared by Alia Bhatt ?☀️ (@aliaabhatt)

ଏହି ଫଟୋକୁ ଶେଆର କରି ସେ କ୍ୟାପସନରେ ଲେଖିଛନ୍ତି, ‘ମୁଁ ମୋର ହଲିଉଡ ଫିଲ୍ମର ଶୁଟିଂ ପାଇଁ ଯାଉଛି । ବେଶ୍‌ ନର୍ଭସ ଅନୁଭବ କରୁଛି । ପୁଣି ଥରେ ନୂଆକରି ଆକ୍ଟିଂ ଦୁନିଆରେ ପାଦ ରଖିଥିବା ଅଭିନେତ୍ରୀଙ୍କ ଭଳି ଅନୁଭବ ହେଉଛି । ମୋତେ ଶୁଭେଚ୍ଛା ଜଣାନ୍ତୁ ।’ ଆଲିଆଙ୍କ ଏହି ପୋଷ୍ଟରେ ତାଙ୍କ ନଣନ୍ଦ ରିଦ୍ଧିମା ସାହାନୀ କମେଣ୍ଟ କରିଛନ୍ତି । ସେ ଲେଖିଛନ୍ତି, ‘ ଆମେ ତୁମକୁ ଭଲ ପାଉ ।’ ସେହିରି ଆଲିଆଙ୍କ ମା’ ସୋନି ରାଜଦନ ଲେଖିଛନ୍ତି, ‘ତୁମକୁ ସାରା ଦୁନିଆର ଢ଼େର ସାରା ଶୁଭକାମନା ।’ ସେପଟେ ଅର୍ଜୁନ କପୁର ଆଲିଆଙ୍କ ଏହି ଫଟୋରେ କମେଣ୍ଟ କରି ତାଙ୍କୁ ଇଣ୍ଟରନ୍ୟାସନାଲ ଖିଲାଡି ବୋଲି କହିଛନ୍ତି । ସେହିରି ଆଲିଆଙ୍କ ଅନେକ ଫ୍ୟାନ୍‌ମାନେ ମଧ୍ୟ ଏହି ଫଟୋରେ କମେଣ୍ଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ହଲିଉଡ ଫିଲ୍ମ ‘ହାର୍ଟ ଅଫ୍‌ ଷ୍ଟୋନ୍‌?’ରେ ନଜର ଆସିବେ ଆଲିଆ ଭଟ୍ଟ । ଏହି ଫିଲ୍ମ ଜରିଆରେ ସେ ହଲିଉଡରେ ଡେବ୍ୟୁ କରିବେ । ଏହି ଫିଲ୍ମର ଶୁଟିଂ ପାଇଁ ସେ ବିଦେଶ ଯାଇଛନ୍ତି । ଫିଲ୍ମରେ ଆଲିଆଙ୍କ ବ୍ୟତୀତ ହଲିଉଡ ଅଭିନେତ୍ରୀ ଗେଲ୍‌ ଗେଡୋଟ୍‌, ଜେମି ଡରନନ୍‌ ମଧ୍ୟ ଅଛନ୍ତି । ଏହି ନେଟ୍‌ଫ୍ଲିକ୍ସ ଆମେରିକାନ୍‌ ସ୍ପାଏ ଡ୍ରାମାକୁ ଟମ୍‌ ହାର୍ପର ନିର୍ଦ୍ଦେଶନା ଦେଉଛନ୍ତି ।

Get real time updates directly on you device, subscribe now.