fbpx

ହାଡ଼କୁ ଶକ୍ତ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ଦହି, ଏମିତି ଖାଦ୍ୟରେ କରନ୍ତୁ ସାମିଲ

ନୂଆଦିଲ୍ଲୀ: ଦହିରେ ଥିବା ପୋଷକ ତତ୍ତ୍ୱ ଆପଣଙ୍କୁ ସୁସ୍ଥ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସେଥିପାଇଁ ଆପଣଙ୍କ ଖାଦ୍ୟାଭ୍ୟାସରେ ଏହାକୁ ନିହାତି ସାମିଲ କରନ୍ତୁ । ଥଣ୍ଡା ସମୟରେ କିଛି ଲୋକ ଏହାକୁ କମ୍‌ ଖାଆନ୍ତି କିନ୍ତୁ ଏହାକୁ ଗରମ ସମୟରେ ଏହା ଖାଇଲେ କେବଳ ଗୋଟିଏ ନୁହେଁ ଆମ ଶରୀରକୁ ଅନେକ ଲାଭ ମିଳିଥାଏ । ହାଡ଼କୁ ଶକ୍ତ କରିବା ଠାରୁ ଆରମ୍ଭ କରି ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପର୍ଯ୍ୟନ୍ତ ଏହା ଲାଭବାନ ହୋଇଥାଏ ।

ତା ହେଲେ ଆସନ୍ତୁ ଜାଣିବା ଗରମ ସମୟରେ ଦହି ଖାଇଲେ ଆମ ଶରୀରକୁ କେଉଁ ସବୁ ଲାଭ ମିଳିଥାଏ । ଦହିରେ ଉପକାରୀ ବ୍ୟାକ୍ଟେରିଆ ଥାଆନ୍ତି ଯାହା କେବଳ ଆମ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇନଥାନ୍ତି ବରଂ ଆମ ଶରୀରରେ ହାଡ଼କୁ ମଧ୍ୟ ଶକ୍ତ କରନ୍ତି । ଏଥିରେ କ୍ୟାଲସିଅମ ଓ ଫସପରସ ଅଧିକ ମାତ୍ରାରେ ଥାଏ । ତେଣୁ ଯେଉଁ ଲୋକମାନେ ତାଙ୍କ ଆଙଋୁ ଗଙଋି ବା ହାଡ଼ରେ କଷ୍ଟ ଅନୁଭବ କରନ୍ତି ସେମାନେ ଏହାକୁ ତାଙ୍କ ଖାଦ୍ୟାଭ୍ୟାସରେ ସାମିଲ କରିାରିବେ । ଦହି ଖାଇଲେ ଶରୀରର ଓଜନ ନିୟନ୍ତ୍ରଣରେ ରହିଥାଏ । ଯେଉଁ ଲୋକମାନେ ଓଜନ କମାଇବା ପାଇଁ ବିଭିନ୍ନ ତରିକା ଆପଣାନ୍ତି ସେମାନେ ତାଙ୍କ ଖାଦ୍ୟାଭ୍ୟାସରେ ଦହିକୁ ନିହାତି ସାମିଲ କରନ୍ତୁ । ତେଣୁ ଆପଣ ଯଦି ଗରମରେ ଦହି ଖାଉଛନ୍ତି ତାହେଲେ ଆପଣଙ୍କ ଶରୀରର ଓଜନ କମ ହେବ ।

Get real time updates directly on you device, subscribe now.