fbpx

‘ଯଦି ମୁଁ IPL ଖେଳିଥାନ୍ତି……….’: ଟିମ ଇଣ୍ଡିଆରେ କମବ୍ୟାକ ପରେ ଏମିତି କହିଲେ ଚେତେଶ୍ୱର ପୂଜାରା

ନୂଆଦିଲ୍ଲୀ: କାଉଣ୍ଟି କ୍ରିକେଟରେ ଦମଦାର ପ୍ରଦର୍ଶନ ପରେ ପୁଣି ଥରେ ଟିମ ଇଣ୍ଡିଆରେ କମବ୍ୟାକ କରିଛନ୍ତି ଚେତେଶ୍ୱର ପୂଜାରା । ଗତବର୍ଷ ଇଂଲଣ୍ଡ ବିପକ୍ଷରେ ବାକି ଥିବା ଏକ ଟେଷ୍ଟ ମ୍ୟାଚ ପାଇଁ ପୂଜାରା ପୁଣିଥରେ ଦଳରେ ସ୍ଥାନ ପାଇଛନ୍ତି । ଚଳିତ IPL ମେଗା ଅକ୍ସନରେ କୌଣସି ଦଳ ତାଙ୍କ ପ୍ରତି ରୂଚି ଦେଖାଇ ନଥିଲେ । ତେଣୁ ଏହାପରେ ସେ ଇଂଲଣ୍ଡରେ କାଉଣ୍ଟି ଖେଳିବାର ସୁଯୋଗ ପାଇଥିଲେ । ଏହାପରେ ଭାରତୀୟ ଟିମରେ ଏଣ୍ଟ୍ରି କରିବା ପରେ ଏକ ବଡ ବୟାନ ଦେଇଛନ୍ତି ପୂଜାରା ।

ଟେଷ୍ଟ ମ୍ୟାଚ ପାଇଁ ସିଲେକ୍ସନ ହେବା ପରେ ପୂଜାରା କହିଛନ୍ତି, “ ଯଦି ମୁଁ IPL ଖେଳିଥାନ୍ତି ତେବେ ଦଳ ପାଇଁ ଖେଳିବା ସମ୍ଭାବନା ଖୁବ କମ ପାଇଥାନ୍ତି । କେବଳ ନେଟ୍ସରେ ବ୍ୟାଟିଂ କରିବାର ସୁଯୋଗ ମିଳିଥାନ୍ତା । କିନ୍ତୁ ଓଚଖ ରେ ସୁଯୋଗ ନ ମିଳିବାରୁ ମତେ କାଉଣ୍ଟି କ୍ରିକେଟରେ ଖେଳିବାର ସୁଯୋଗ ମିଳିଲା । ନେଟ୍ସରେ ବ୍ୟାଟିଂ କରିବା ଏବଂ କୌଣସି ମ୍ୟାଚରେ ପ୍ରାକ୍ଟିସ କରିବା ମଧ୍ୟରେ ଅନେକ ପାର୍ଥକ୍ୟ ରହିଥାଏ । ତେଣୁ ଯେତେବେ ମୋତେ କାଉଣ୍ଟି ଖେଳିବା ନେଇ ଅଫର ଆସିଲା ସଙ୍ଗେ ସଙ୍ଗେ ମୁଁ ହଁ କରିଥିଲି ।”

Cheteshwar Pujara Goes Unsold At IPL 2022 Mega Auction | ? LatestLY

ଏହାପରେ ସେ କହିଛନ୍ତି ଯେ, ସେ ଖୁବ ପଜିଟିଭ ଥିଲେ । କାଉଣ୍ଟିରେ ତାଙ୍କ ଦମଦାର ପ୍ରଦର୍ଶନ ପରେ ଯିମ ଇଣ୍ଡିଆରେ ତାଙ୍କୁ ସ୍ତାନ ମିଳିବା ନେଇ ସେ ବିଶ୍ୱାସ ରଖିଥିଲେ ବୋଲି କହିଛନ୍ତି । କିନ୍ତୁ କାଉଣ୍ଟି ଖେଲିବାକୁ ଯିବା ପୂର୍ବରୁ ଭାରତୀୟ ଟିମକୁ ପ୍ରତ୍ୟାବର୍ତ୍ତନ କଥା ଚିନ୍ତା କରୁନଥିଲେ ବୋଲି ପୂଜାରା ପ୍ରକାଶ କରିଛନ୍ତି । ତେବେ କାଉଣ୍ଟି କ୍ରିକେଟରେ ୪ ଶତକ ହାସଲ କରି ପୁଣିଥରେ ଟିମ ଇଣ୍ଡିଆରେ ଏଣ୍ଟ୍ରି କରିଛନ୍ତି ।

Get real time updates directly on you device, subscribe now.