fbpx
BJD SKY
BJD SKY

ହଲିଉଡ଼ରେ ପାଦ ଥାପିଛନ୍ତି ଆଲିଆ : ସାମ୍ନାକୁ ଆସିଲା ଫିଲ୍ମର ପ୍ରଥମ ପୋଷ୍ଟର

BJD

ମୁମ୍ବାଇ : ସମସ୍ତଙ୍କ ପ୍ରିୟ ଅଭିନେତ୍ରୀ ଆଲିଆ ଭଟ୍ଟ ପ୍ରଥମ ହଲିଉଡ଼ ଚଳଚିତ୍ର ‘ ହାର୍ଟ ଅଫ ଷ୍ଟୋନ’ର ଟ୍ରେଲର କିଛି ଦିନ ପୂର୍ବରୁ ରିଲିଜ ହୋଇଛି । ଯାହାକୁ ପ୍ରଶଂସକ ବେଶ ପସନ୍ଦ କରିଛନ୍ତି । ଏବେ ନିର୍ମାତା ସେହି ଫିଲ୍ଟର ପ୍ରଥମ ପୋଷ୍ଟର ଶେୟାର କରିଛନ୍ତି ।

ସୂଚନା ଅନୁଯାୟୀ, ଆଲିଆ ନେଟଫ୍ଲିକ୍ସର ଫିଲ୍ମ ‘ହାର୍ଟ ଅଫ ଷ୍ଟୋନ’ ଜରିଆରେ ହଲିଉଡ଼ରେ ପ୍ରଥମ କରି ପାଦ ଥାପିଛନ୍ତି । ଗେଲ ଗାଡୋଟ ଏବଂ ଜେମୀ ଡୋର୍ନନଙ୍କ ଫିଲ୍ମରେ ଆଲିଆ ଏକ ପ୍ରମୁଖ ଭୁମିକାରେ ନଜର ଆସିବେ । ଫିଲ୍ମରେଚ ପ୍ରଥମ ଲୁକ ଆଲିଆଙ୍କର ସାମ୍ନାକୁ ଆସିଛି । ଏହି ଚଳଚ୍ଚିତ୍ରରେ ଆଲିଆଙ୍କୁ ପ୍ରଥମ କରି ଖଳନାୟିକା ଭୂମିକାରେ ଦେଖିବାକୁ ମିଳିବ । ଏଥିରେ ସେ ଜଣେ ହ୍ୟାକର ଚରିତ୍ରରେ ନଜର ଆସିବେ ।

 

View this post on Instagram

 

A post shared by Netflix India (@netflix_in)

ପୋଷ୍ଟର ରିଲିଜ ହେବା ପୂର୍ବରୁ ‘ହାର୍ଟ ଅଫ ଷ୍ଟୋନ’ ର ଟ୍ରେଲରରେ ଆଲିଆଙ୍କ ଝଲକ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ହଲିଉଡ଼ ଅଭିନେତ୍ରୀଙ୍କ ମଧ୍ୟରେ ଆଲିଆଙ୍କ ଉପସ୍ଥିତି ପ୍ରଶଂସକଙ୍କୁ ଉତ୍ସାହିତ କରିଛି । ଅଗଷ୍ଟ ୧୧ରେ ଇଂରାଜୀ, ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଷ୍ଟ୍ରିମ ହେବ ‘ହାର୍ଟ ଅଫ ଷ୍ଟୋନ’ ।

Get real time updates directly on you device, subscribe now.