fbpx
BJD SKY
BJD SKY

ଓଡ଼ିଆରେ ନାମଫଳକ ଲେଖାଉ ନ ଥିବା ବ୍ୟବସାୟ ପ୍ରତିଷ୍ଠାନ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରମ ବିଭାଗର ସୂଚନା

BJD

ଭୁବନେଶ୍ୱର: ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ ୧୯୫୬ ଅନୁସାରେ ଓଡ଼ିଆରେ ନାମଫଳକ ଲେଖାଉ ନ ଥିବା ବ୍ୟବସାୟ ପ୍ରତିଷ୍ଠାନ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରମ ଓ ରାଜ୍ୟ କର୍ମଚାରୀ ବିଭାଗ ପକ୍ଷରୁ କୁହାଯାଇଛି। ରାଜଧାନୀ ସମେତ ସାରା ରାଜ୍ୟରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଭୁବନେଶ୍ୱରରେ ୧୦୯ ଜଣ ବ୍ୟବସାୟୀଙ୍କୁ ଇତିମଧ୍ୟରେ ନୋଟିସ୍‍ ଜାରି କରାଯାଇଛି।

ଯେଉଁମାନେ ନିର୍ଦ୍ଦେଶକୁ ଅନୁପାଳନ ନ କରିବେ, ସେମାନଙ୍କ ବିରୋଧରେ ଜରିମାନା ଓ ଆବଶ୍ୟକ ପଡିଲେ ମାମଲା ରୁଜୁ କରାଯିବ ବୋଲି ଶ୍ରମ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ପ୍ରଥମଥର ନିୟମ ଉଲ୍ଲଙ୍ଘନ କରିଥିବା ଅନୁଷ୍ଠାନ ପାଇଁ ୧ ହଜାରରୁ ୫ ହଜାର ଟଙ୍କା ଏବଂ ଦ୍ୱିତୀୟ ଥର ନିୟମ ଉଲ୍ଲଙ୍ଘନ କରିଥିବା ଅନୁଷ୍ଠାନ ପାଇଁ ୨ ହଜାରରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି।

 

Get real time updates directly on you device, subscribe now.