fbpx

ୟୁଜିସି ନିୟନ୍ତ୍ରଣରେ ରହିବେନି ଆଉ ଏହିସବୁ ଉଚ୍ଚଶିକ୍ଷା ସଂସ୍ଥାନ, ଭାରତୀୟ ଉଚ୍ଚଶିକ୍ଷା ଆୟୋଗ ଦ୍ୱାରା ନିୟନ୍ତ୍ରିତ ହେବେ IIT-IIM-NIT

ନୂଆଦିଲ୍ଲୀ:ଜାତୀୟ ଶିକ୍ଷା ନୀତି ୨୦୨୦କୁ ଏବେ ଲାଗୁ କରିବା ଲାଗି ଜୋରଦାର ପ୍ରୟାସ ଚାଲିଛି । ଫଳରେ ଅଲଗା ଅଲଗା ନିୟମ ଆଧାରରେ ପରିଚାଳିତ ହେଉଥିବା ଉଚ୍ଚଶିକ୍ଷା ବିଭାଗକୁ ଏବେ ଗୋଟିଏ ନିୟାମକ ଆଧାରରେ ପରିଚାଳିତ କରାଯିବ । ଚଳିତ ମୌସୁମୀ ଅଧିବେଶନରେ ଏହି ପ୍ରସ୍ତାବିତ ଯୋଜନା ସଂପର୍କରେ ବିଲ୍ ସଂସଦରେ ଉପସ୍ଥାପିତ ହେବ । ଏହି କ୍ରମରେ ଉଚ୍ଚଶିକ୍ଷା କିପରି ଭାବରେ ନିୟନ୍ତ୍ରଣ ହେବ ଆସନ୍ତୁ ଜାଣିନେବା ।

ଭାରତୀୟ ଉଚ୍ଚଶିକ୍ଷା ଆୟୋଗର ଗଠନ ଲାଗି ପ୍ରସ୍ତୁତି ନୂଆ ରାଷ୍ଟ୍ରୀୟ ଶିକ୍ଷାନୀତି ଆସିବା ପରଠାରୁ ହିଁ ଆରମ୍ଭ ହୋଇଯାଇଛି । ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ନେଇ ଏକ ପ୍ରସ୍ତୁତି ବି କରାଯାଇଥିଲା । ଏବେ ଏହାକୁ ଅନ୍ତିମ ରୂପ ଦିଆଯାଉଛି । କୁହାଯାଉଛି ଚଳିତ ମୌସୁମୀ ଅଧିବେଶନରେ ଏହି ସଂପର୍କିତ ବିଲ୍ ଉପସ୍ଥାପନ କରାଯିବ ।
ଏବେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି , ଅଖିଳ ଭାରତୀୟ ଟେକନିକ୍ ଶିକ୍ଷା ପରିଷଦ(ଏଆଇସିଟିଇ) ସହିତ ପ୍ରାୟ ୧୪ ନିୟାମକ କାର୍ଯ୍ୟ କରୁଛି । ଏଥିରେ ଶିକ୍ଷା, କୌଶଳ ବିକାଶ ସହ ଜଡିତ ଶିକ୍ଷା ପରିଷଦ, ଆର୍କିଟେକଚର ଶିକ୍ଷା ପରିଷଦ ଆଦି ସାମିଲ ରହିଛି । ବର୍ତ୍ତମାନର ପ୍ରଣାଳୀରେ ଏକ ସଂସ୍ଥାନରେ ଅଲଗା ଅଲଗା କୋର୍ସ ସଞ୍ଚାଳନ କରିବା ଲାଗି ଏହି ସମସ୍ତ ନିୟାମକ ଦେଇ ଗତି କରିବାକୁ ପଡୁଛି । ସମସ୍ତଙ୍କର ନିଜର ଅଲଗା ଅଲଗା ମାନକ ବି ରହିଛି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ବର୍ତ୍ତମାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ଆଇଏନଆଇ ନିଜର ସ୍ୱୟଂ ଅଧିନିୟମ ଦ୍ୱାରା ପରିଚାଳିତ । ଫଳରେ ଏହା ୟୁଜିସି କିମ୍ବା ଅଖିଳ ଭାରତୀୟ ଟେକନିକ୍ ଶିକ୍ଷା ପରିଷଦ ପ୍ରତି ଉତ୍ତରଦାୟୀ ନୁହେଁ । ବର୍ତ୍ତମାନ ଏମ୍ସ, ଆଇଆଇଟି, ଏନଆଇଟି ଓ ଆଇଆଇ ଏମ୍ ସହିତ ୧୬୦ ସଂସ୍ଥାନ ନିଜର ପରୀକ୍ଷା ସ୍ୱୟଂ ଆୟୋଜନ କରୁଛନ୍ତି , ଡିଗ୍ରୀ ପ୍ରଦାନ କରୁଛନ୍ତି ଓ ସରକାରୀ ସହାୟତା ପ୍ରାପ୍ତ ଲାଗି ସଶକ୍ତ ଅଟନ୍ତି । ଏହି ସମସ୍ତ ସଂସ୍ଥାନ ନିଜର ସିନେଟ୍/ବୋର୍ଡ ଅଫ୍ ଗଭର୍ଣ୍ଣସ ଦ୍ୱାରା ପରିଚାଳିତ ହୋଇଥାନ୍ତି କିନ୍ତୁ ସରକାରଙ୍କ ମଧ୍ୟ କିଛି ଭାଗିଦାରୀ ରହିଥାଏ ।
ଉଚ୍ଚଶିକ୍ଷା ଆୟୋଗ ଗଠନ ପରେ ୪ ସ୍ୱତନ୍ତ୍ର ସଂସ୍ଥା ଗଠନ ହେବ ଯାହା ନିୟାମକ ଭାବରେ କାମ କରିବ । ଏହାପରେ ଆଆଇଟି, ଆଇଆଇଏମ୍, ଏନଆଇଟି, ଆଇଆଇଏସଇଆର୍ ସହିତ ଆଇଏନଆଇ ପ୍ରସ୍ତାବିତ ଗୋଟିଏ ଉଚ୍ଚଶିକ୍ଷା ନିୟାମକ, ଭାରତୀୟ ଉଚ୍ଚଶିକ୍ଷା ଆୟୋଗ ଅଧୀନକୁ ଆସିଯିବ । ଏହି ୪ ଗୋଟି ସ୍ୱତନ୍ତ୍ର ସଂସ୍ଥା ହେବ NHERC, NAC , HEGC , GEC ।

NHERC ଅର୍ଥାତ୍ ଉଚ୍ଚଶିକ୍ଷା ବିନିୟମାକ ପରିଷଦ ଉଚ୍ଚଶିକ୍ଷା ଲାଗି ଏକ ରେଗୁଲେଟର ପରି କାମ କରିବ । ଏହା ଅଧୀନରେ ଚିକିତ୍ସା ଓ ବିଧି ଶିକ୍ଷାକୁ ଛାଡି ବାକି ସମସ୍ତ ଶିକ୍ଷା ବିଭାଗ କାମ କରିବ ।
ସେହିପରି NAC ନାକ୍ ଦ୍ୱିତିୟ ସଂସ୍ଥା ହେବ । ଏହା ସମସ୍ତ ଉଚ୍ଚଶିକ୍ଷା ସଂସ୍ଥାନର ଗୁଣବତ୍ତା ମୂଲ୍ୟାୟନ କରିବ ।

HEGC ବା ଉଚ୍ଚତର ଶିକ୍ଷା ଅନୁଦାନ ପରିଷଦ ଉଚ୍ଚଶିକ୍ଷା ସଂସ୍ଥାନ ଗୁଡିକର ଫଣ୍ଡିଂର ପୁରା ଦାୟିତ୍ୱ ନେବ । ଏବେ ଏହି ଫଣ୍ଡିଂ ଦାୟିତ୍ୱ ୟୁଜିସି ପାଖରେ ରହିଛି ।
ସେହିପରି GEC ନୂଆ ନୂଆ ଶିକ୍ଷା କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ସହିତ ଲଏହାକୁ ଲାଗୁ କରିବା ଦିଗରେ କାମ କରିବ ।

Get real time updates directly on you device, subscribe now.