fbpx

ପ୍ରକାଶ ପାଇଲା +୨ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା, ଜାଣନ୍ତୁ କେତେ ଛାତ୍ରଛାତ୍ରୀ ହୋଇଛନ୍ତି ମନୋନୀତ

ଭୁବନେଶ୍ୱର: ଯୁକ୍ତ ଦୁଇର ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି । ଏଥିରେ ମୋଟ ୭୦ ହଜାର ୧୦୫ ଛାତ୍ରଛାତ୍ରୀ ମନୋନୀତ ହୋଇଥିବା ଜଣାପଡିଛି । କଳାରେ ୪୯ ହଜାର ୭୦ ଜଣ ଛାତ୍ରଛତ୍ରୀ ମନୋନୀତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଏହି ଯୁକ୍ତ ଦୁଇର ଦ୍ୱିତୀୟ ପର୍ଯ୍ୟାୟରେ ବାଣିଜ୍ୟରେ ୩ ହଜାର ୧୮୨ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ସେହିପରି ବିଜ୍ଞାନରେ ୧୬ ହଜାର ୯୨୭ ଜଣ ଛାତ୍ରଛାତ୍ରୀ ସିଲେକ୍ଟ ହୋଇଛନ୍ତି । ତେବେ କାଲିଠାରୁ ଜୁଲାଇ ୨୨ ତାରିଖ ଯାଏ ଦ୍ୱିତୀୟ ପର୍ଯ୍ୟାୟର ନାମଲେଖା ଚାଲିବ । ବଳକା ସିଟ୍ ପାଇଁଷ୍ଟ୍ ସିଲେକ୍ସନ ମଧ୍ୟ କରାଯିବାର ବ୍ୟବସ୍ଥା ରହିଛି ।

ସ୍ପଟ୍ ଲିଷ୍ଟର ମେଧା ତାଲିକା ୨୭ ତାରିଖରେ ପ୍ରକାଶ ପାଇବ । ୨୯ ରୁ ୩୧ ଯାଏଁ ହେବ ସ୍ପଟ ନାମଲେଖା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଚଳିତ ଶିକ୍ଷାବର୍ଷରେ ପାଠ୍ୟକ୍ରମର ଯୁକ୍ତ ଦୁଇରେ ନାମଲେଖାପାଇଁ ପ୍ରଥମ ପର୍ଯ୍ୟାୟ ମେଧାତାଲିକା 6 ଜୁଲାଇରେ ପ୍ରକାଶ ପାଇଥିଲା। କଳାରେ ୮୦% କଟ୍ ଅଫ୍ ନେଇଥିବା ବେଳେ, ବିଜ୍ଞାନରେ ୯୨% ଏବଂ ବାଣିଜ୍ୟରେ ୭୯.୨୦% ସହିତ ରେଭେନ୍ସା ସବୁଠୁ ଆଗରେ ରହିଛି । ରେଭେନ୍ସା ପଛକୁ ବାଲେଶ୍ୱର ଏଫ୍‌ଏମ୍ ୯୦% ତୃତୀୟରେ ୮୯% ସହିତ ବିଜେବି କଲେଜ ରହିଛି ।

Get real time updates directly on you device, subscribe now.