fbpx
BJD SKY
BJD SKY

ଆୟକର ଭରିବା ସମୟରେ ଆପଣାନ୍ତୁ ନିମ୍ନୋକ୍ତ ସହଜ ଉପାୟ , ଫର୍ମ ୧୬ରେ ଦିଆଯାଇଥିବା ରାଶି ଠାରୁ ଅଧିକ ରିଫଣ୍ଡ ପାଇପାରିବେ

BJD

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୨-୨୩ରେ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ (ଆଇଟିଆର୍) ଭରିବାର ଶେଷ ତାରିଖ ରହିଛି ଜୁଲାଇ ୩୧ । ଏ ପର୍ଯ୍ୟନ୍ତ ଅଧାରୁ ଅଧିକ ଲୋକ ଏହି ଆଇଟିଆର୍ ଫାଇଲ୍ କରିନାହାନ୍ତି । ବହୁ ଟିକସଦାତା ରିଟର୍ଣ୍ଣ ଭରିବା ସମୟରେ ଚିନ୍ତା କରିଥାନ୍ତି ସେମାନଙ୍କୁ ରିଫଣ୍ଡରେ ସେହି ପଇସା ମିଳିବ ଯାହା ସେମାନଙ୍କ ଫର୍ମ ୧୬ରେ ଲେଖାଯାଇଛି । କିନ୍ତୁ ବାସ୍ତବ କଥା ଏହା ନୁହେଁ । ଆପଣ ଏହାଠାରୁ ଅଧିକ ଅର୍ଥରାଶି ଉପରେ ବି ଆପଣଙ୍କ ରିଫଣ୍ଡ କ୍ଲେମ୍ କରିପାରିବେ ।
ତେବେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଯଦି ଆପଣ ଫର୍ମ ୧୬ରେ ଦିଆଯାଇଥିବା ରାଶି ଠାରୁ ଅଧିକ ରିଫଣ୍ଡ ପାଇବାକୁ ଚାହୁଁଛନ୍ତି ତେବେ ଯେତେ ଶୀଘ୍ର ପାରୁଛନ୍ତି ଆଇଟିଆର୍ ଫାଇଲ୍ କରନ୍ତୁ । ରିଫଣ୍ଡ ଯେତେ ଶୀଘ୍ର ପ୍ରୋସେସ୍ ହେବ ଆପଣଙ୍କୁ ସେତେ ଶୀଘ୍ର ପଇସା ବି ମିଳିଯିବ । ତେବେ ଅଧିକ ରିଫଣ୍ଡ ପାଇବା ଲାଗି ୪ ଗୋଟି ଫର୍ମୂଲାର ଉପଯୋଗ କରନ୍ତୁ ।
ସଠିକ୍ ଟ୍ୟାକ୍ସ ରିଜିମ ଚୟନ:
ସର୍ବାଧିକ ଟ୍ୟାକ୍ସ ରିଟର୍ଣ୍ଣ ପାଇବା ଲାଗି ଆପଣଙ୍କୁ ସଠିକ୍ ଟ୍ୟାକ୍ସ ରିଜିମର ଚୟନ କରିବାକୁ ପଡିବ । ଏହା ଏଇଥିପାଇଁ ଜରୁରୀ ଯଦି ଆପଣଙ୍କ ପାଖରେ ପିପିଏଫ୍, ଇଏଲଏସଏସ, ହୋମ୍ ଲୋନ୍ କିମ୍ବା ଇନସ୍ୟୁରାନ୍ସ ପରି ଟ୍ୟାକ୍ସ ବଞ୍ଚାଇବା ଭଳି ନିବେଶର ବିକଳ୍ପ ନାହିଁ ତେବେ ଅଧିକ ରେଟ୍ରେ ଟ୍ୟାକ୍ସ ଦେବା ବୁଦ୍ଧିମାନର କାମ ନୁହେଁ । ଏଣୁ କମ୍ ରେଟ୍ ରେ ଟିକସ ଜମା କରିବା ଲାଗି ନୂଆ ରିଜିମ୍ ଚୟନ କରନ୍ତୁ । ତେବେ ଆପଣ ଡିଡକସନକୁ ଧ୍ୟାନରେ ରଖି ଟ୍ୟାକ୍ସ କାଲକୁଲେଟ୍ କରନ୍ତୁ ଓ ଯେଉଁ ରିଜିମ୍ ରେ ଅଧିକ ପଇସା ବଞ୍ଚୁଛି ଇନକମ୍ ଟ୍ୟାକ୍ସ ଭରିବା ସମୟରେ ତାହାର ଚୟନ କରନ୍ତୁ ।
ବିଳମ୍ବରେ ଫାଇଲ୍ କରନ୍ତୁନି ରିଟର୍ଣ୍ଣ:
କରଦାତା ଧାର୍ଯ୍ୟ ସମୟ ମଧ୍ୟରେ ହିଁ ନିଜର ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ୍ କରନ୍ତୁ । ଯଦି ବିଳମ୍ବ ହୁଏ ତେବେ ସେକ୍ସନ ୨୩୪ଏଫ୍ ଜରିଆରେ ୫ ଲକ୍ଷରୁ ଅଧିକ ଆୟ ଉପରେ ୫ ହଜାର ଟଙ୍କା ଲେଟ୍ ଫି’ ଦେବାକୁ ହେବ । ଏହା ସହିତ ସଠିକ୍ ସମୟରେ ରିଟର୍ଣ୍ଣ ଭରି ନ ପାରିଲେ ରିଫଣ୍ଡ ଉପରେ ସୁଧ ହାର ହ୍ରାସ ପାଇବ । ରିଫଣ୍ଡ ଉପରେ ସୁଧ ୧ ଏପ୍ରିଲରୁ ହିସାବ କରାଯାଏ । ତେଣୁ ଆପଣ ବଳ୍ମ୍ରେ ରିଟର୍ଣ୍ଣ ଭରିଲେ ରିଫଣ୍ଡ ଉପରେ ସୁଧର ଗଣନା ସେହିଦିନ ଠାରୁ କରାଯିବ ଯେବେ ଆପଣ ରିଟର୍ଣ୍ଣ ଭରିଛନ୍ତି ।

୩୦ ଦିନ ମଧ୍ୟରେ ଭେରିଫାଏ କରନ୍ତୁ:
ରିଟର୍ଣ୍ଣ ଭରି ସାରିବା ପରେ ତାହାକୁ ୩୦ ଦିନ ମଧ୍ୟରେ ଭେରିଫାଏ କରନ୍ତୁ । ଆପଣଙ୍କ ରିଟର୍ଣ୍ଣ ବି ସେତେବେଳେ ପ୍ରୋସେସିଂ ହେବ ଯେତେବେଳେ ଏହାର ଭେରିଫିକେସନ ହୋଇସାରିବ । ଯେତେ ଶୀଘ୍ର ଆପଣ ରିଟର୍ଣ୍ଣର ଭେରିଫାଏ କରିବେ ସେତେ ଶୀଘ୍ର ରିଫଣ୍ଡ ଆପଣଙ୍କ ପାଖକୁ ଆସିବ ।

 

Get real time updates directly on you device, subscribe now.