fbpx

ବ୍ରିଟିଶ ଶାହି ପରିବାର ଘର ନିକଟରେ ରହସ୍ୟମୟ ଗୋଲାକାର ଜିନିଷ, ଏଲିଅନ୍ ବୋଲି କରାଯାଉଛି ଦାବୀ

Advertisement

ନୂଆଦିଲ୍ଲୀ:ଏଲିଅନ୍ କୁ ନେଇ ସମସ୍ତଙ୍କ ମନରେ ଉତକଣ୍ଠା ଭରି ରହିଛି । ଏମାନେ ଖୁବ୍ ଶୀଘ୍ର ପୃଥିବୀ ପୃଷ୍ଠରେ ଦେଖାଯିବେ ବୋଲି ମଧ୍ୟ ବିଭିନ୍ନ ମହାକାଶ ଅନୁସନ୍ଧାନ ସଂସ୍ଥା କହି ସାରିଛନ୍ତି । ବହୁ ଦେଶରେ ମଧ୍ୟ ଏହି ଏଲିଅନ୍ସ ବା ଅନଆଇଣ୍ଡେଣ୍ଟିଫାଏଡ୍ ଫ୍ଲାଇଂ ଅବଜେକ୍ଟ ଦେଖାଯିବା ନେଇ ଦାବୀ ଉଠୁଛି । କିଛି ଦିନ ତଳେ ଅଷ୍ଟ୍ରେଲିଆର ଜଣେ କୃଷକ କହିଥିଲେ କି ଏଲିଅନ୍ସ ଆସୁଛନ୍ତି ଓ ଗ୍ରାମବାସୀଙ୍କ ନାକ , କାନ କାଟି ନେଇ ଯାଉଛନ୍ତି । ଜଣେ ପାଇଲଟ୍ ମଧ୍ୟ କହିଥିଲେ ଯେ, ମହାକାଶରେ ତାଙ୍କୁ ଏଲିଅନ ପିଛା କରୁଥିଲା ବୋଲି । ତେବେ ଏହା ପଛରେ କେତେ ସତ୍ୟତା ରହିଛି ତାହା ବିଶେଷଜ୍ଞମାନେ ତ ଯାଞ୍ଚ କରୁଛନ୍ତି । ଏହାରି ମଧ୍ୟରେ ବ୍ରିଟିଶ ଶାହି ପରିବାର ଘର ପର୍ଯ୍ୟନ୍ତ ଏଲିଅନ୍ ପହଞ୍ôଚ ଯାଇଥିବା ନେଇ ଖବର ସାମ୍ନାକୁ ଆସିଛି । ଆମେରିକାରେ ଥିବା ଶାହି ପରିବାରର ମହଲ ନିକଟରେ ଏକ ଗୋଲାକାର ଜିନିଷ ଦେଖିବାକୁ ମିଳିଛି ଯାହାକୁ ଏଲିଅନ୍ କିମ୍ବା ଉଡନ୍ତାଥାଳିଆ ବୋଲି ଅନୁମାନ ଲଗାଯାଉଛି ।

ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ମୁତାବକ ବ୍ରିଟିଶ ରାଜ ପରିବାରର ପୂର୍ବ ପ୍ରିନ୍ସ ହ୍ୟାରୀ ଓ ତାଙ୍କ ପତ୍ନୀ ମେଘନ ୨୦୨୧ରେ ଆମେରିକାର ଲସ୍ ଏଞ୍ଜେଲସ୍ରେ ଏକ ବହୁତଳ ପ୍ରାସାଦ କିଣିଥିଲେ । ଗ୍ରୀଷ୍ମ ଋତୁରେ ଏଠାରେ ଛୁଟୀ ମନାଇବା ଲକ୍ଷ୍ୟରେ ସେମାନେ ଏହି କୋଠା କ୍ରୟ କରିଥିଲେ । ୧୮ ହଜାର ବର୍ଗ ଫୁଟରେ ନିର୍ମିତ ଏହି ପ୍ରାସାଦରେ ୯ ଗୋଟି ବେଡ୍ ରୁମ୍, ୧୬ ବାଥ ରୁମ୍ ରହିଛଇ । ରିପୋର୍ଟ ଅନୁସାରେ ସେତେବେଳେ ଏହାର ମୂଲ୍ୟ ୧୪ ମିଲିୟନ ଡଲାର ଥିଲା । ଏବେ ଏହି ପ୍ରାସାଦର କିଛି ଦୂରରେ ଏଲିଅନ୍ ଦେଖାଯିବା ନେଇ ଦାବୀ ଉଠୁଛି ।

ୟୁଏଫ୍ଓ ଏକ୍ସପର୍ଟ ଟୋନୀ ମୋରେନା ଗୁଗୁଲ ଆର୍ଥ ଜରିଆରେ ଏହାର ଫଟୋ ମଧ୍ୟ ଉଠାଇଛନ୍ତି । ସେ କହିଛନ୍ତି ପ୍ରିନ୍ସ ହ୍ୟାରୀଙ୍କ ଘରର ପ୍ରାୟ ୨୫ ମାଇଲ ଦୂରରେ ଏହି ଏଲିଅନ୍ ଦେଖିବାକୁ ମିଳିଛି । ଦୂରରୁ ଏହା ଏକ ରହସ୍ୟମୟ ଜିନିଷ ପରି ଦେଖାଯାଉଛି । ଏହା ଗୋଲାକାର ରହିଛି । ଏହାର ଚଉଡା ପ୍ରାୟ ୮ ମିଟର ରହିଛଇ । ଏହାର ଚାରିପଟେ କିଛି ଲେଖାଯାଇଥିବାର ନଜର ଆସୁଛି । କିନ୍ତୁ ଦୂରତାରେ ଥିବାରୁ କଣ ଲେଖାଯାଇଛି ସ୍ପଷ୍ଟ ଜଣାପଡୁନାହିଁ । ଯେଉଁ ଭାଷାରେ ଲେଖାଯାଇଛି ତାହା ବି ଅଜବ ଲାଗୁଛି । ପ୍ରାୟ ସବୁ ବିଶେଷଜ୍ଞ ଏହାକୁ ଏଲିଅନ୍ ବା ୟୁଏଫଓ ବୋଲି ଦାବୀ କରୁଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଏ ବିଷୟରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

Get real time updates directly on you device, subscribe now.