fbpx

ମଣିଷଙ୍କୁ ସିଗନାଲ ପଠାଉଛନ୍ତି ଏଲିଏନ୍ସ; ୨୦୨୩ରେ ପୃଥିବୀରେ ପାଦ ରଖିବେ ଅନ୍ୟ ଦୁନିଆର ପ୍ରାଣୀ, ଜାଣନ୍ତୁ କ’ଣ ରହିଛି ସତ

ନୂଆଦିଲ୍ଲୀ: ବର୍ତ୍ତମାନ ପର୍ଯ୍ୟନ୍ତ ପୃଥିବୀର ବିଭିନ୍ନ ସ୍ଥାନରେ ଏଲିଏନ୍ସ କିମ୍ବା ୟୁଏଫଓ ଦେଖାଯାଇଥିବାର ଦାବି କରାଯାଇଛି । ବର୍ତ୍ତମାନ ଏହି ଦାବିଗୁଡିକ ଆଧାରରେ ଆଉ ଏକ ନୂଆ ଦାବି ସାମ୍ନାକୁ ଆସିଛି । କୁହାଯାଉଛି ଯେ ୨୦୨୩ ରେ ଏଲିଏନ୍ସ ମାନେ ପୃଥିବୀରେ ପାଦ ରଖିବେ । ଅନେକ ଲୋକ ଲଣ୍ଡନ, ଲସ୍ ଭେଗାସ୍ ଏବଂ ବ୍ରାଜିଲରେ ୟୁଏଫଓ ଦେଖିଥିବାର ଦାବି କରିଛନ୍ତି । ତେବେ, ଏହି ଦାବିଗୁଡିକରେ କେତେ ସତ ରହିଛି ତାହା କହିବା କଷ୍ଟକର । ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱରେ ଏଲିଏନ୍ସମାନଙ୍କ ସମ୍ବନ୍ଧରେ ଆସିଥିବା ଦାବି ମଧ୍ୟରୁ କୌଣସି ଦାବି ନିଶ୍ଚିତ ହୋଇନାହିଁ । କିନ୍ତୁ ୟୁଏଫଓ ହଣ୍ଟର ମ୍ୟାଟ ୱେଲ୍ସ କହିଛନ୍ତି ଯେ ଏଲିଏନ୍ସମାନେ ଆମକୁ ମେସେଜ୍ ପଠାଉଛନ୍ତି’ ।

ଖବର ଅନୁଯାୟୀ ୱେଲ୍ସ କହିଛନ୍ତି, ମୁଁ ବିଶ୍ୱାସ କରେ ଯେ ଆମେ ଭାବିବାର ବହୁ ପୂର୍ବରୁ ଏଲିଏନ୍ସମାନେ ପୃଥିବୀକୁ ଆସୁଥିବାର ଦେଖିପାରିବା । ଲସ୍ ଭେଗାସ୍, ପ୍ୟାରିସ୍, ବ୍ରାଜିଲ୍, ଚିଲି ଏବଂ ଜାପାନର ଆକାଶରେ କିଛି ଅସାଧାରଣ ଘଟଣା ଦେଖିବାକୁ ମିଳିସାରିଛି । ମ୍ୟାଟ୍ କହିଛନ୍ତି, ଏଭଳିି ଘଟଣାଗୁଡ଼ିକ କ୍ରମାଗତ ଭାବରେ ଦୁନିଆର କେତେକ ପ୍ରସିଦ୍ଧ ସ୍ଥାନରେ ଦେଖାଯାଇଛି ଏବଂ ଏହାକୁ ନେଇ ରିପୋର୍ଟ ମଧ୍ୟ କରାଯାଇଥାଏ ।

ବହୁ ସଂଖ୍ୟକ ୟୁଏଫଓ ହଟିଙ୍ଗ ଗ୍ରୁପ, ଯାହାର ପରସ୍ପର ସହିତ କୌଣସି ସମ୍ପର୍କ ନାହିଁ, ସେମାନେ ଗୋଟିଏ କଥାକୁ ନେଇ ରିପୋର୍ଟ କରୁଛନ୍ତି । ତେବେ ଦାବିକୁ ସମର୍ଥନ କରିବାକୁ ମ୍ୟାଟଙ୍କର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । କିନ୍ତୁ କେବଳ ସେ ଏଭଳି ଦାବି କରି ନାହାନ୍ତି । ଆଥୋସ୍ ସାଲୋମେ ନାମକ ଜଣେ ଆତ୍ମଘୋଷିତ ଭବିଷ୍ୟବକ୍ତା ମଧ୍ୟ ଏଭଳି ଦାବି କରିଥିଲେ । ଆମେରିକାର ସର୍ବୋଚ୍ଚ ଗୁପ୍ତ କ୍ଷେତ୍ର ୫୧ ଏୟାର ବେସରେ ଅବସ୍ଥିତ ଏକ ଭୂତଳ ପୋର୍ଟାଲରୁ ଏଲିଏନ୍ସମାନେ ବାହାରକୁ ଆସିପାରନ୍ତି ବୋଲି ସାଲୋମେ କହିଥିଲେ ।

ସାଲୋମେର ଅନେକ ଭବିଷ୍ୟବାଣୀ ସତ ବୋଲି ପ୍ରମାଣିତ ହୋଇଛି । କରୋନା ମହାମାରୀ ହେଉ କିମ୍ବା ବ୍ରିଟେନର ରାଣୀ ଏଲିଜାବେଥ୍ଙ୍କ ଦେହାନ୍ତ, ସେ ଅନେକ ବିଶ୍ୱସ୍ତରୀୟ ଘଟଣା ବିଷୟରେ କହି ସାରିଛନ୍ତି । ଆଥୋସ୍ ସାଲୋମେଙ୍କ ଦ୍ୱାରା ୟୁକ୍ରେନ ଯୁଦ୍ଧର ମଧ୍ୟ ପୂର୍ବାନୁମାନ କରାଯାଇଥିଲା । ଆମେରିକାର ସ୍ପେସ୍ ଏଜେନ୍ସି ନାସା ଜୁନ୍ ମାସରେ ୟୁଏଫଓ ଉପରେ ଏହାର ପ୍ରଥମ ଅଧ୍ୟୟନ ଆରମ୍ଭ କରିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.