fbpx

ବର୍ଷା ସମୟରେ ଭୁଶୁଡ଼ିପଡ଼ିଲା ନିର୍ମାଣଧୀନ ଘର: ଚାପିହୋଇ ଗଲେ ୭ ଶିଶୁ, ୨ ମୃତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଲିଗଡ଼ ଜିଲ୍ଲାରେ ଶନିବାର ଦ୍ୱିପହରରେ ବଡ଼ ଦୁର୍ଘଟଣା ହୋଇଛି । ବର୍ଷା ଯୋଗୁଁ ଏକ ନିର୍ମାଣଧୀନ ଘର ଭୁଶୁଡ଼ିପଡିବାରୁ ସେଥିରେ ୭ ଶିଶୁ ଚାପିହୋଇ ଥିବା ସୂଚନା ମିଳିଛି । ହୁସୈନପୁର ଶାହଜାଦପୁରରେ ହୋଇଥିବା ଏହି ଦୁର୍ଘଟଣାରେ ୨ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଚ ଜଣଙ୍କର ଅବସ୍ଥା ଗୁରୁତର । ସମସ୍ତ ଗୁରୁତର ଶିଶୁଙ୍କୁ ସିଏଚସି ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ଜିଲ୍ଲାର ଦାଦୋ ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ହୋଇଛି । ସୂଚନା ଅନୁସାରେ, ଶାହଜାଦପୁରରେ ଏକ ଘର ନିର୍ମାଣ ଚାଲିଥିଲା । ଏହାର ନିକଟରେ ଥିବା ସ୍କୁଲରୁ ପାଠପଢ଼ା ସାରି ପିଲାମାନେ ଘରକୁ ଫେରୁଥିଲେ । ଠିକ୍ ସେତିକିବେଳେ ନିର୍ମାଣଧୀନ ଘରର କାନ୍ଧ ଭୁଶୁଡ଼ିପଡ଼ିଥିଲା । କେହି କିଛି ବୁଝିବା ଆଗରୁ ୭ ନିରୀହ ଶିଶୁ କାନ୍ଥ ତଳେ ଚାପିହୋଇ ସାରିଥିଲେ ।

ଏହାକୁ ଦେଖି ସ୍ଥାନୀୟ ଲୋକମାନେ ଏକାଠି ହୋଇ ଭଗ୍ନାଂଶକୁ ହଟାଇବାକୁ ଲାଗିଥିଲେ ଓ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା । କିନ୍ତୁ ସେତେବେଳେକୁ ୨ ଶିଶୁଙ୍କର ମୃତ୍ୟୁ ହୋଇସାରିଥିଲା । ତୁରନ୍ତ ଗୁରୁତରମାନଙ୍କୁ ମେଡିକାଲରେ ଭର୍ତ୍ତି କରାଗଲା । ମେଡିକାଲରେ ସେମାନଙ୍କର ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ଅଧିକ ଗୁରୁତର ଥିବା ସୂଚନା ମିଳିଛି ।

Get real time updates directly on you device, subscribe now.